Odia News Portal

ଜାଣନ୍ତୁ ଶ୍ରାବଣ ମାସରେ କାହିଁକି ଜଳାଭିଶେକ କରନ୍ତି ଭକ୍ତ

ଭୁବନେଶ୍ୱର: ଭଗବାନ ଶିବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ । ଏହି ମାସରେ ଭଗବାନ ଆଶୁତୋଷଙ୍କୁ ଗଙ୍ଗାଜଳ ଏବଂ ପଞ୍ଚାମୃତରେ କରିବା ଦ୍ୱାରା ଶୀଥିଳତା ମିଳିଥାଏ । କୁହାଯାଏ କି ଭଗବାନ ପର୍ଶୁର୍ରାମଙ୍କ ଯୋଗୁଁ ଶ୍ରାବଣ ମାସରେ ଶିବଙ୍କ ବ୍ରତ ଏବଂ ପୂଜାର ପ୍ରାରମ୍ଭ ହୋଇଥିଲା ।

ଶ୍ରାବଣ ମାସରେ ସୋମବାର ଦିନକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଥାଏ । ସେଥିପାଇଁ ଏହି ମାସରେ ସୋମବାର ବ୍ରତ ରଖିବା ନିହାତି ଜରୁରୀ । ଶିବପୁରାଣ ଅନୁଯାୟୀ ଏହିଦିନଠୁ ଆପଣ ୧୬ ସୋମବାର ବ୍ରତ ରଖିପାରିବେ । ଏହି ବ୍ରତ ରଖିବା ଦ୍ୱାରା ବ୍ୟକ୍ତିର ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ସେହିପରି ଏହି ମାସରେ ଭୋଳାଶଙ୍କରଙ୍କୁ ବେଲପତ୍ରରେ ପୂଜା କରିବା ଶ୍ରେଷ୍ଠ ଏବଂ ଫଳଦାୟୀ ହୋଇଥାଏ । ଏହି ମାସରେ ଭଗବାନ ଶିବଙ୍କ ଲିଙ୍ଗ ଦର୍ଶନ ବା ଜଳାଭିଶେକ କରିବା ଅଶ୍ୱମେଘ ଯଜ୍ଞ ସମାନର ଫଳ ପ୍ରାପ୍ତ ହୋଇଥାଏ । ଏହଦିନ ମଥାରେ ଭସ୍ମ ତିଳକ ଲଗାନ୍ତୁ । ସୋମବାର ଦିନ କୌଣସି ସାଧନାର ଶୁଭାରମ୍ଭ କରିପାରିବେ ।