Odia News Portal

ଚାନୁଙ୍କୁ ମିଳିପାରେ ସ୍ୱର୍ଣ୍ଣ ପଦକ

ଟୋକିଓ: ଅଲିମ୍ପିକ୍ସରେ ଭାରୋଉତ୍ତୋଳନରେ ଭାରତକୁ ପ୍ରଥମ ପଦକ ଉପହାର ଦେଇଛନ୍ତି ମୀରାବାଈ ଚାନୁ । ସେ ରୌପ୍ୟ ପଦକ ଜିତିଥିବା ବେଳେ ଦେଶରେ ଖୁସିର ଲହରୀ ଖେଳିଯାଇଛି । ତେବେ ଏବେ ପୁଣି ଏଭଳି ଏକ ଖବର ଆସିଛି ଯାହାକି ସମସ୍ତ ଭାରତୀୟଙ୍କ ଲାଗି ଏକ ବଡ଼ ଖବର । ମୀରାବାଈଙ୍କୁ ରୌପ୍ୟ ବଦଳରେ ସ୍ୱର୍ଣ୍ଣ ପଦକ ମିଳିପାରେ ବୋଲି କୁହାଯାଉଛି । ସ୍ୱର୍ଣ୍ଣ ପଦକ ବିଜୟିନୀ ଝିହୁଇ ହୋଙ୍କର ହେବ ଆଣ୍ଟି ଡୋପିଂ ଟେଷ୍ଟ । ରିପୋର୍ଟ ପଜିଟିଭ ଆସିଲେ ଚାନୁଙ୍କୁ ମିଳିବ ସ୍ବର୍ଣ୍ଣ ପଦକ । ଏନେଇ ଜାତୀୟ ଗଣମାଧ୍ୟମ ଏଏନ୍ଆଇରେ ଖବର ପ୍ରକାଶ ପାଇଛି । ଯଦି ସେ ପରୀକ୍ଷାରେ ବିଫଳ ହୁଅନ୍ତି, ତେବେ ନିୟମ ଅନୁଯାୟୀ ଭାରତର ମିରବାଇ ଚାନୁଙ୍କୁ ସ୍ୱର୍ଣ୍ଣ ପ୍ରଦାନ କରାଯିବ । ଗତ ଶନିବାର ଝି ହୁଇ ୨୧୦ କିଲୋଗ୍ରାମ ଭାରତ୍ତୋଳନରେ ସୁନା ଜିତି ଅଲିମ୍ପିକ୍ସରେ ନୂତନ ରେକର୍ଡ ସୃଷ୍ଟି କରିଥିଲେ ।