Odia News Portal

ସ୍ତ୍ରୀର ଅନୈତିକ ସମ୍ପର୍କ ନେଇ ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ

କଟକ: ମୋ ସ୍ତ୍ରୀର ତା ପୂର୍ବତନ ପ୍ରେମିକ ସହ ସମ୍ପର୍କ ରହିଛି । ତା ଗୁପ୍ତାଙ୍ଗରେ ପୂର୍ବତନ ପ୍ରେମିକର ନାମରେ ଟାଟୁ କରାଯାଇଛି । ମୋତେ ମାନସିକ ନିର୍ଯାତନା ଦେଉଛନ୍ତି ଶ୍ୱଶୁରଘର ଲୋକେ । ମୁଁ ଆଉ ମୋ ସ୍ତ୍ରୀ ସହ ରହିପାରିବିନି । ଏଭଳି ଅନେକ ଅଭିଯୋଗ ଆଣି ସ୍ତ୍ରୀଙ୍କ ବିରୋଧରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ସ୍ୱାମୀ । କଟକ ମର୍କଟନଗର ଥାନାରେ ରୋହିତ ନାମ ଜଣେ ଯୁବକ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ମୁତାବକ, ରୋହିତ ଯୁବତୀଙ୍କ ଫେସବୁକରେ ଦେଖି ପ୍ରେମ କରିଥିଲେ । ପରେ ଉଭୟଙ୍କ ବିବାହ ହୋଇଛି । ମାତ୍ର ତିନି ମାସ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ତେବେ ଯୁବତୀ ଜଣକ ତାଙ୍କୁ ଫସାଇ ବିବାହ କରିଛନ୍ତି । ଏପରିକି ଶ୍ୱଶୁରଘର ଲୋକେ ବହୁ ଚକ୍ରାନ୍ତ କରୁଛନ୍ତି । ସେମାନେ ଗୁଣ୍ଡା ଶ୍ରେଣୀୟ ଲୋକ ବୋଲି ଥାନାରେ ଅଭିଯୋଗ କରିଛନ୍ତି ରୋହିତ ।