ଭୁବନେଶ୍ୱର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ଶିବ ଭକ୍ତଙ୍କ ଲାଗି ଏହି ମାସ । କାଉଡିଆମାନେ ଜଳାଭିଶେକ କରିବା ଲାଗି ପାଣି ଢ଼ାଳିଥାନ୍ତି । କାହିଁ କେତେଦୂରରୁ କାଉଡ଼ି ଭାର ଧରି ଆସିଥାନ୍ତି ଶିବ ମନ୍ଦିରକୁ । ଲିଙ୍ଗରେ ପାଣି ଢ଼ାଳିବା ସହ ଅନେକ ବ୍ରତ ମନାସିଥାନ୍ତି । ତେବେ ଚଳିତବର୍ଷ କରୋନା କଟକଣା ଯୋଗୁଁ ବୋଲବମ ଉପରେ ଲାଗିଛି କଟକଣା । ଯେଉଁ କାରଣୁ ଶୈବପୀଠ ଗୁଡ଼ିକ ଖାଁ ଖାଁ ଲାଗୁଛି । ସେ ଲିଙ୍ଗରାଜଙ୍କ ମନ୍ଦିର ହେଉ ବା କପିଳସ । ସବୁଠି ଜନଶୂନ୍ୟ । କରୋନା ପାଇଁ ୨ବର୍ଷ ହେଲା ବୋଲବମ୍ ଭକ୍ତ ଜଳଲାଗି କରିବାରୁ ବଞ୍ଚିତ ରହୁଛନ୍ତି । ସାଧାରଣ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର କଟକଣା ଲାଗୁ କରିଛନ୍ତି ।