ଭୁବନେଶ୍ୱର: କୋକେଇରେ ବୁହାହେଲା ମୋ ସାଇକେଲ । ବିଜେପି କର୍ମୀଙ୍କ ନିଆରା ପ୍ରତିବାଦ । ସ୍ମାର୍ଟସିଟିରେ କରାଯାଇଥିବା ମୋ ସାଇକେଲ ଯୋଜନାରେ ହରିଲୁଟ୍ ହୋଇଥିବା ଅଭିଯୋଗରେ ବିଜେପି ଶିଶୁ ଭବନ ଛକରୁ ରାଜମହଲ ପର୍ଯ୍ୟନ୍ତ ସାଇକେଲ ରାଲି କରିଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇ ଏହି ଯୋଜନା କରାଯାଇଥିଲେ ସୁଦ୍ଧା କୌଣସି କାମକୁ ନୁହେିଁ । ଏପରିକି ନିକଟରେ ମୋ ସାଇକେଲକୁ ୫୦୦ ଟଙ୍କାରେ ବିକ୍ରି କରାଯାଇଥିବା ନେଇ ଟାର୍ଗେଟ କରିଛି ବିଜେପି ।