Odia News Portal

ମହିଳା ଡାକ୍ତରଙ୍କୁ ବଳତ୍କାର ପରେ ଭିଡିଓ ଭାଇରାଲ କରାଇବା ମାମାଲାରେ ସାଙ୍ଗ ଗିରଫ

ଲକ୍ଷ୍ନୌ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମକାରୀଙ୍କ ସଂଖ୍ୟା । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ସୁଦ୍ଧା ଥମିବାର ନାଁ ଧରୁନି ଲଜ୍ଜା । ତେବେ ମଧ୍ୟପ୍ରଦେଶର ଜଣେ ମହିଳା ଡାକ୍ତରଙ୍କୁ ତାଙ୍କ ସାଙ୍ଗ ବଳାତ୍କାର କରିବା ପରେ ଭିଡିଓକୁ ଭାଇରାଲ କରାଇବାର ଭୟ ଦେଖାଇଥିଲେ । ଏହା ପ୍ରତିବଦଳରେ ଟଙ୍କା ମାଗିଥିଲା ଦୁବୃତ୍ତ । ପୋଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

୨୦୧୯ ମସିହାରେ ଯୁବକଙ୍କ ସହ ମହିଳା ଡାକ୍ତରଙ୍କ ବନ୍ଧୁତା ସୃଷ୍ଟି ହୋଇଥିଲା । ଉଭୟ ପ୍ରତିଦିନ କଥା ବାର୍ତ୍ତା ହେଉଥିଲେ । ତେବେ ମନରେ ଖରାପ ଭାବନା ରଖିଥିବା ଯୁବକ ଜଣକ ଡାକ୍ତରଙ୍କୁ ଏକ ହୋଟେଲକୁ ଡାକିଥିଲେ । ତେବେ ସେଠାରେ ସେ ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲେ । ଯାହାର ଭିଡିଓକୁ ସେ ଉଠାଇଥିଲେ । ତେବେ ଏହାକୁ ଭାଇରାଲ କରାଇ ଦେବାକୁ ବାରମ୍ବାର ଦେଉଥିଲେ ଧମକ । ଟଙ୍କା ଦେଲେ ଭିଡିଓ ଡିଲିଟ କରିଦେବା ଲାଗି କହିଥିଲା । ତେବେ ସାହସ କରି ପୋଲିସକୁ କହିବା ପରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।