ଭୁବନେଶ୍ୱର: ମାଟ୍ରିକ୍ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ପାଇଁ ବୁଧବାର ଶେଷ ଦିବସ । ବିକଳ୍ପ ମୂଳ୍ୟାୟନ ପଦ୍ଧତିରେ ଦିଆଯାଇଥିବା ମାର୍କରେ ଅସନ୍ତୁଷ୍ଟ ପିଲାଙ୍କ ଅଫଲାଇନ୍ ପରୀକ୍ଷା କରାଯିବ । ତେବେ ଚଳିତ ମାସ ୫ରୁ ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୫ଶହ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ମାର୍କ ମୂଲ୍ୟାୟନ କରାଯାଇଛି । ଯାହାକୁ ନେଇ ଛାତ୍ରୀଛାତ୍ରୀ ଏବଂ ଅଭିଭାବକ ମହଲରେ ଅସନ୍ତୁଷ୍ଟ ଦେଖା ଦେଇଥିଲା । ତେବେ ଯେଉଁମାନେ ଅସନ୍ତୁଷ୍ଟ ସେମାନେ ପୁଣିଥରେ ପରୀକ୍ଷା ଦେବା ଲାଗି କୁହାଯାଇଥିଲା ।