Odia News Portal

ଭୀମଟାଙ୍ଗୀ ମର୍ଡର ମିଷ୍ଟ୍ରି, ଆସିଲା ଆଉ ଏକ ବଡ଼ ତଥ୍ୟ, ସ୍ୱାମୀ ଅଫିସ ଯିବା ପରେ…

ଭୁବନେଶ୍ୱର: ରାଜଧାନୀ ଭୀମଟାଙ୍ଗୀରେ ଘଟିଥିବା ପ୍ରିୟଙ୍କା ମର୍ଡର ମିଷ୍ଟ୍ରିର ଗୋଟିଏ ପରେ ଗୋଟିଏ ତଥ୍ୟ ପୋଲିସ ହାତରେ ଲାଗୁଛି । ତେବେ ଉଭୟଙ୍କ କଲ ରେକର୍ଡ ଓ ହ୍ୱାଟ୍ସଆପ ଚାଟକୁ ନେଇ କାଲି ପୋଲିସ ହାତରେ କିଛି ତଥ୍ୟ ଲାଗିଥିଲା । ତେବେ ସେମାନେ ନିଜର ମେସେଜକୁ ଡିଲେଟ କରିଥିବା ଦେଖିବାକୁ ମିଳିଥିଲା । ଟେକ୍ନିକାଲ ଟିମର ସହଯୋଗରେ ପୋଲିସ ହାତରେ ଆଉ କିଛି ତଥ୍ୟ ଲାଗିଛି । ତେବେ ସେମାନେ କରିଥିବା ଚାଟିଂର କିଛି ତଥ୍ୟ ପୋଲିସ ହାତରେ ଲାଗିଛି ।

ଜଗନ୍ନାଥ ଏବଂ ପ୍ରିୟଙ୍କାଙ୍କ ୧୫୦ ଫଟୋ ଓ ୩୦ରୁ ଅଧିକ ଭିଡିଓ ପୋଲିସର ହସ୍ତଗସ୍ତ ହୋଇଛି । ତେବେ ଏଥିରେ କୌଣସି ଅଶ୍ଳୀଳତା ନଥିବା ସୂଚନା ମିଳିଛି । ତେବେ ସବୁଠାରୁ ବଡ଼ କଥା ହେଉଛି କି, ପ୍ରିୟଙ୍କା କଲେଜ ସମୟରେ ଜଗନ୍ନାଥଙ୍କ ସହ ମିଶୁଥିଲେ । ଯାହାର ଫାଇଦା ନେଇ ପୁରୁଣା ଫଟୋକୁ ଭାଇରାଲ କରାଇ ଦେବାର ଭୟ ଦେଖାଉଥିଲା ଜଗନ୍ନାଥ । ବାଧ୍ୟ ହୋଇ ବିବାହ ପରେ ମଧ୍ୟ ଗଜନ୍ନାଥ ସହ ଗପୁଥିଲେ । ତେବେ ଲକଡାଉନରେ ତାଙ୍କ ସ୍ୱାମୀ ୱାର୍କ ଫ୍ରମ ହୋମ କାମ କରୁଥିବାରୁ କଥା ହେବାରେ ଅସୁବିଧା ହୋଇଥିଲା । ଯେଉଁ କାରଣରୁ ଜଗନ୍ନାଥ ବିଭିନ୍ନ ସମୟରେ ଅନେକ ପ୍ରକାର ବ୍ଲାକମେଲିଂ କରୁଥିଲେ ।

ଲକଡାଉନ ନିୟମ ଟିକେ କୋହଳ ହେବା ପରେ ପ୍ରିୟଙ୍କାଙ୍କ ସ୍ୱାମୀ ରାକେଶ ଅଫିସ ଯିବା ପରେ ପୁଣିଥରେ କଥା ହେବା ଆରମ୍ଭ ହୋଇଥିଲା । ଏପରିକି ଅନେକ ସମୟରେ ଭୀମଟାଙ୍ଗୀ ଘରକୁ ମଧ୍ୟ ଆସିଥିବା ଜଣା ପଡିଛି । ତେବେ ପୁଅ ବଡ଼ ହେଉଥିବାରୁ ଏସବୁ ଉପରେ ମଧ୍ୟ ଏକ ପ୍ରକାର ରୋକ ଲଗାଇବା ଆରମ୍ଭ କରିଥିଲେ ପ୍ରିୟଙ୍କା । ତେବେ ଧିରେ ଧିରେ ସବୁକଥାକୁ ବିଚାରକୁ ନେବା ପରେ ଜଗନ୍ନାଥର ମୁଣ୍ଡକୁ ପିତ ଚଢ଼ିଥିଲା । ଆଉ ସେ ଘରେ ପଶି ହତ୍ୟା କରିଥିବା ଜଣା ପଡ଼ିଛି ।