Odia News Portal

ନୂଆ ଆଇଟି ନିୟମ ସମୀକ୍ଷା କଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଲାଗି ଦେଲେ ଏଭଳି ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିକଟରେ ସଂପ୍ରସାରଣ ହୋଇଛି ମେଦିଙ୍କ ମନ୍ତ୍ରୀ ମଣ୍ଡଳ । ଆଇଟି ଏବଂ ରେଳ ବିଭାଗ ମନ୍ତ୍ରୀ ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ । ରେଳ ବିଭାଗର କାର୍ଯ୍ୟଭାର ଗ୍ରହଣ କରୁ କରୁ ସେ ଆକ୍ସନ ମୁଡରେ ରହିଥିବା ବେଳେ ଆଇଟି ବିଭାଗର ସମୀକ୍ଷା ମଧ୍ୟ ଆଜି କରିଛନ୍ତି ମନ୍ତ୍ରୀ । ସେ କହିଛନ୍ତି ଯେ, ଆଇଟି ନିୟମ ବ୍ୟବହାରକାରୀଙ୍କ ପାଇଁ ସୋସିଆଲ ମିଡିଆକୁ ସୁରକ୍ଷିତ କରିବ। ଲାଗି ଛେଷ୍ଟା କରାଯିବ ।

“ମୋର ସହକର୍ମୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ ୨୦୨୧ରେ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମର କାର୍ଯ୍ୟକାରିତା ଓ ଅନୁପାଳନକୁ ସମୀକ୍ଷା କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଉପଭୋକ୍ତାମାନଙ୍କୁ ସଶକ୍ତିକରଣ ତଥା ସୁରକ୍ଷା ଦେଉଛି ଓ ଭାରତରେ ଏକ ନିରାପଦ ତଥା ଦାୟିତ୍ବପୂର୍ଣ୍ଣ ସୋସିଆଲ୍ ମିଡିଆ ଇକୋସିଷ୍ଟମ୍ ସୃଷ୍ଟି କରୁଛି।”

ଏହାପୂର୍ବରୁ ନୂତନ ଆଇଟି ମନ୍ତ୍ରୀ କହିଥିଲେ ଯେ ଭାରତରେ ରହୁଥିବା ଓ କାର୍ଯ୍ୟ କରୁଥିବା ଲୋକଙ୍କୁ ଦେଶର ନିୟମ ମାନିବାକୁ ପଡ଼ିବ। ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଆଇଟି ମାନଦଣ୍ଡକୁ ପାଳନ କରୁନଥିବା ସେ କହିଛନ୍ତି ଯେ ଭାରତରେ ରହୁଥିବା ଏବଂ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଦେଶର ନିୟମ ପାଳନ କରିବାକୁ ପଡିବ।