Odia News Portal

ଆପଣ ଜାଣନ୍ତି କି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ କେତେଜଣ କୋଟିପତି ଅଛନ୍ତି

ନୂଆଦିଲ୍ଲୀ: ନିକଟରେ ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ପାଳିରେ ପ୍ରଥମଥର ଲାଗି ସଂପ୍ରସାରଣ କରିଛନ୍ତି । ବହୁ ବରିଷ୍ଟ ନେତାଙ୍କ ହାତରୁ ମନ୍ତ୍ରୀ ପଦ ଛଡ଼ାଇ ନେଇଥିବା କିଛି ଯୁବନେତାଙ୍କୁ ମିଳିଛି ଗୁରୁ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବଗଠିତ ମନ୍ତ୍ରିମଣ୍ଡଳରେ ୭୭ଜଣ ମନ୍ତ୍ରୀଙ୍କ ୯୦ ପ୍ରତିଶତ ଅର୍ଥାତ ପ୍ରାୟ ୭୦ ଜଣ ମନ୍ତ୍ରୀ କୋଟିପତି ଜ୍ଝ ସେମାଙ୍କ ମଧ୍ୟରୁ କେତେଜଣ ମନ୍ତ୍ରୀ ଅଛନ୍ତି ଯାହାଙ୍କ ସମ୍ପତ୍ତିର ପରିମାଣ ୫୦ କୋଟିରୁ ଅଧିକ ଜ୍ଝ ଏଡିଆର (ଆଶୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି ଜ୍ଝ