ନୂଆଦିଲ୍ଲୀ: ଓଡ଼ିଶାରୁ ରାଜ୍ୟସଭା ଯାଇ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାକିଛନ୍ତି ଅଶ୍ୱିନୀ ବୈଷ୍ଣବ । ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ତାଙ୍କ ରେଳମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ତେବେ ନିଜ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି ଅଶ୍ୱିନୀ । ତେବେ ଆଜି ମନ୍ତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ରେଳ ବିଭାଗର ଜଣେ ଇଂଜିନିୟରଙ୍କୁ ‘ବସ’ ଡାକିବା ପାଇଁ କହୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭିଡିଓରେ ବେସ ହାଲୁକା ଢଙ୍ଗରେ ନଜର ଆସୁଛନ୍ତି ମନ୍ତ୍ରୀ ।ଶୁକ୍ରବାର ରେଳବାଇ ସିଗ୍ନାଲ ବିଭାଗର ଜଣେ ଇଂଜିନିୟରଙ୍କ ସହ ମନ୍ତ୍ରୀଙ୍କ ପରିଚୟ କରାଇ ଦେଇଥିଲେ ବିଭାଗୀୟ ଉଚ୍ଚ ଅଧିକାରୀ । ପରିଚୟ ଦେଲାବେଳେ କହିଥିଲେ ଯେ, ଇଂଜିନିୟର ଜଣକ ସେହି କଲେଜରେ ପାଠ ପଢୁଥିଲେ ଯେଉଁଠାରେ ପଢିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାପରେ ତାଙ୍କୁ କୁଣ୍ଢାଇ ପକାଇଥିଲେ ମନ୍ତ୍ରୀ । ତେବେ ମନ୍ତ୍ରୀଙ୍କ ଏହି ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି । କହି ରଖୁଛୁ କି, ଓଡ଼ିଶାରୁ ବିଜେପି ପ୍ରାର୍ଥୀଭାବେ ରାଜ୍ୟସଭାକୁ ଅଶ୍ୱିନୀ ବୈଷ୍ଣବ ଯାଇଥିଲେ ସୁଦ୍ଧା ବିଜେଡି ସମର୍ଥନ ଯୋଗୁଁ ସବୁକିଛି ସମ୍ଭବ ହୋଇପାରିଛି ।