ନୂଆଦିଲ୍ଲୀ: ଆକ୍ସନ ମୁଡରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କାର୍ଯ୍ୟରେ ଯୋଗ ଦେଉ ଦେଉ ନେଇଛନ୍ତି ନୂଆ ନିଷ୍ପତି । କର୍ମଚାରୀଙ୍କ ଡ୍ୟୁଟି ସମୟ ବଦଳାଇଛନ୍ତି ଅଶ୍ୱିନୀ । ପୂର୍ବରୁ ରେଳ ବିଭାଗରେ କାମ କରୁଥିବା କର୍ମଚାରୀ ଗୋଟିଏ ସିଫ୍ଟରେ ଆସୁଥିଲେ । ମାତ୍ର ଏବେ ଦୁଇଟି ସିଫ୍ଟରେ ଆସିବେ କର୍ମଚାରୀ । ପ୍ରତମ ସିଫ୍ଟ ସକାଳ ୭ଟାରୁ ଦିନ ୪ଟା ଯାଏଁ ରହିଥିବା ବେଳେ ଦ୍ୱିତୀୟ ସିଫ୍ଟ ଦିନ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ହେବ । ତେବେ ଏହି ନିର୍ଦ୍ଦେଶ କେବଳ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀଙ୍କ ଅଫିସର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି ।