ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଲୋକେ ଘରେ ରହୁଛନ୍ତି । ନିଜର ଜୀବନକୁ ଆଗ ଦେଖି ଜୀବିକାକୁ ଭୁଲି ଯାଉଛନ୍ତି । ତେବେ ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ଲୋକଙ୍କ ସେବା କରିବା ଲାଗି ଆଗେଇ ଆସିଛନ୍ତି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ । ବରିଷ୍ଠ ନାଗରିକଙ୍କ ଅଭିଯୋଗକୁ ଆଧାର କରି ସାଲିଆସାହିରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ବିଧାୟକ ।
୨୬ ନମ୍ବର ୱାର୍ଡର ଶରଣପଲ୍ଲୀ, ନୀଳଚକ୍ର ନଗର ଏବଂ ମେଫେୟାର ନଗର ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିଛନ୍ତି । ମୁଖ୍ୟ ଅସରାଏ ବର୍ଷା ହେଲେ ବସ୍ତିରେ ପାଣି ଭର୍ତ୍ତି ହୋଇଯାଉଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହିସବୁ ଜଳ କିପରି ନିସ୍କାସିତ ହେବ ସେନେଇ ବିଏମସିର ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି ।
ସେପଟେ ଏହି ଅବସରରେ ପୂର୍ବତନ ଡେପୁଟି କମିଶନର ପୁରନ୍ଦନ ନନ୍ଦ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ, ନିର୍ବାହୀଯନ୍ତ୍ରୀ ଗୌତମ ଚରଣ ଦାସ,ଯନ୍ତ୍ରୀ ହୃଷିକେଶ ସାହୁ,ସହକାରୀ ଯନ୍ତ୍ରୀ ବିରଞ୍ଚି ନାରାୟଣ ପ୍ରଧାନ ଏବଂ ବହୁ ବରିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ । କରୋନା କଟକଣାକୁ ମାନି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।