ନୂଆଦିଲ୍ଲୀ: ଆଜି ମୋଦିଙ୍କ ଟମ୍ର ୪୩ଜଣ ମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି । ସଂଦ୍ଧା ୬ଟାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ରାଷ୍ଟ୍ରପତିଙ୍କ ଅଫିସରୁ ସୂଚନା ମିଳିଛି । ତେବେ ମନ୍ତ୍ରୀ ମଣ୍ଡଳରେ କେଉଁମାନଙ୍କୁ ସ୍ଥାନ ମିଳିଛି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ସଂପ୍ରସାରଣ ହେବା ପୂର୍ବରୁ ବହୁ ମନ୍ତ୍ରୀ ଇସ୍ତଫା ଦେଇଥିବା ଖବର ମଧ୍ୟ ଜାତୀୟ ଗଣମାଧ୍ୟମରେ ପ୍ରସାରଣ ହେଉଛି । ତେବେ ଏଥିରେ କେତେ ସତ୍ୟ ରହିଛି ତାହା ଆଉ ଅଳ୍ପ ସମୟ ମଧ୍ୟରେ ପ୍ରକାଶ ପାଇବ ।