ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ଭୀମଟାଙ୍ଗୀରେ ଘଟିଥିବା ହତ୍ୟାକୁ ନେଇ ଏବେ ସାରା ରାଜ୍ୟରେ ଆରମ୍ଭ ହୋଇଛି ଚର୍ଚ୍ଚା । ଯାଜପୁର ଅଞ୍ଚଳର ଯୁବକ ଓ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଘଟଣା ଧିରେ ଧିରେ ଚର୍ଚ୍ଚା ପରିସର ଭିତରକୁ ଆସିଛି । ତେବେ ହତ୍ୟା ଓ ସୁଇସାଇଡ ପୂର୍ବରୁ ହାତଲେଖା ଚିଠି ଲେଖିଛନ୍ତି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଯେଉଁଥିରେ ସେ ଲେଖିଥିଲେ କି, ଆଗେ ରିଙ୍କିକୁ ଓ ତା ପୁଅକୁ ମାରିବି । ପରେ ମୁଁ ନିଜେ ଆତ୍ମହତ୍ୟା କରିବି ।
ତେବେ ମୃତ୍ୟୁ ପୂର୍ବରୁ ଜଗନ୍ନାଥ ତାଙ୍କ ସାଙ୍ଗ ସହ ଏକ ଚାଟିଂ କରିଥିବା କଥା ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲେଖା ଅଛି କି, ଆଉ ରାଗିବନି ମୋ ଉପରେ
ଟ୍ଟମୁଁ ଦୁନିଆ ଛାଡ଼ିକି ଯାଉଛିଟ୍ଟପ୍ଲିଜ ମୋତେ କ୍ଷମା କରିଦିଅ
ଏ ରିଙ୍କିଟ୍ଟମୁଁ ଯାହାକୁ ଭଲ ପାଉଥିଲି, ସେ ମୋତେ ବରବାଦ୍ କରିଦେଲା
ମୁଁ ଆଉ ବଞ୍ଚିବା ପରିସ୍ଥିତିରେ ନଥିଲି
ସରି ଭାଇ ମାନେ ମୋତେ କ୍ଷମା କରିଦେବ
ମୁଁ ମାନସିକ ଭାରସାମ୍ୟ ହରାଇ ବସିଥିଲି
ମୁଁ ଆଉ ଫେରିବିନିଟ୍ଟତୁମମାନଙ୍କ ଭଲ ପାଇବା ସାଥିରେ ନେଇକି ମୁଁ ଯାଉଛି
ମୋ ପାଖରେ ଆଉ କିଛି ରାସ୍ତା ନାହିଁ