ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଭୀମଟାଙ୍ଗୀରେ ଆଜି ଘଟିଥିବା ମର୍ଡରକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ସବୁଠାରୁ ବଡ଼ କଥା ହେଉଛି କି ଘଟଣାସ୍ଥଳରୁ ମିଳିଥିବା ଚିଠି । ଯେଉଁଥିରେ ଲେଖା ରହିଛି କି, ପ୍ରିୟଦର୍ଶିନୀ ଓ ତାଙ୍କ ପୁଅକୁ ହତ୍ୟା କରିବି । ତେବେ ସୌଭାଗ୍ୟ ବଶତଃ ତାଙ୍କ ପୁଅ ଘର ମାଲିକଙ୍କ ପାଖରେ ଥିଲା । ସ୍ୱାମୀ ରାକେଶଙ୍କ ନିକଟକୁ ଭିଡ଼ିଓ କଲ କରିଥିଲେ ସୁଦ୍ଧା କୌଣସି କାମରେ ଥିବାରୁ ସେ କଲ ରିସିଭ କରିନଥିଲେ । ପରେ ତାଙ୍କ ନିକଟକୁ ହ୍ୱାଟ୍ସଆପରେ ସ୍ତ୍ରୀଙ୍କର ଏକ ରକ୍ତ ଜୁଡୁବୁଡ଼ୁ ଫଟୋ ଯାଇଥିଲା । ଏହାପରେ ସେ ଘର ମାଲିକଙ୍କୁ ଜଣାଇଥିଲେ ।
ଘର ମାଲିକଙ୍କ ପୁଅ ଘରକୁ ଯାଇ କବାଟ ବାଡେଇଥିଲେ ସୁଦ୍ଧା କବାଟ ଖୋଲି ନଥିଲେ । ଶେଷରେ ସେ କବାଟ ଭାଙ୍ଗି ଦେଖିବା ବେଳକୁ ପ୍ରିୟଦର୍ଶିନୀ ଏବଂ ଜଗନ୍ନାଥ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ । ଜଗନ୍ନାଥ ତାଙ୍କ ଗଳା କାଟି ହତ୍ୟା କରିଥିବା ସୂଚନା ମିଳିଛି । ତେବେ ସେ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଠ ହୋଇନାହିଁ । ମୃତ ମହିଳାଙ୍କ ଘର ଯାଜପୁରରେ ହୋଇଥିବା ବେଳେ ଜଗନ୍ନାଥଙ୍କ ଘର ମଧ୍ୟ ଯାଜପୁରରେ ବୋଲି ଜଣା ପଡିଛି । ତେବେ ୫ ବର୍ଷର ବିବାହ ପରେ ୩ ବର୍ଷର ଶିଶୁ ରହିଛି । ମାତ୍ର ସେ କାହିଁକି ପ୍ରିୟଦର୍ଶିନୀଙ୍କୁ ହତ୍ୟା କଲା ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଉଭୟଙ୍କ ମଧ୍ୟରେ କଣ ତିକ୍ତତା ରହିଥିଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।