Odia News Portal

ଭୁବନେଶ୍ୱର ମହିଳାଙ୍କୁ ହତ୍ୟା ଘଟଣା, ମିଳିଲା ହାତଲେଖା ଚିଠି, ଖୋଲୁଛି ମର୍ଡର ମିଷ୍ଟ୍ରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ମହିଳାଙ୍କୁ ହତ୍ୟା ଘଟଣା ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ ମହିଳା ଜଣକ ହେଲେ ପ୍ରିୟଦର୍ଶିନୀ ସାହୁ । ତେବେ ତାଙ୍କ ସହ ଘରୁ ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଜଗନ୍ନାଥ ପ୍ରଧାନ । ଉଭୟଙ୍କ ଘର ଯାଜପୁର ଜିଲ୍ଲାରେ । କିଛିଦିନ ହେବ ତିକ୍ତତା ଲାଗି ରହିଥିବା ସୂଚନା ମିଳିଛି । ତେବେ ଘଟଣା ଘଟିଥିବା ଘରୁ ଏକ ଚିଠି ମିଳିଛି । ଯେଉଁଥିରେ ଲେଖା ରହିଥିବା କି ପ୍ରିୟଦର୍ଶିନୀ ଓ ତାଙ୍କ ପୁଅକୁ ମାରିବି । ଏବଂ ପରେ ମରିବି ବୋଲି ଲେଖାଥିଲା । ଆଜି ପୋଲିସ ଡିସିପି ପ୍ରେସମିଟରେ ସୂଚନା ଦେଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି କି, ପ୍ରିୟଦର୍ଶିନୀଙ୍କ ୩ ବର୍ଷର ପୁଅ ଘର ମାଲିକଙ୍କ ଘରେ ଥିଲେ । ଏଣୁ ସେ ବର୍ତ୍ତି ଯାଇଛି । ତାଙ୍କ ସ୍ୱାମୀ ରାକେଶ ସାହୁଙ୍କ ନିକଟକୁ ଏକ ରକ୍ତ ଜୁଡୁବୁଡୁ ଫଟୋ ଯିବା ପରେ ସେ ପୋଲିସରେ ଖବର ଦେଇଥିଲେ । ପରେ ପୋଲିସ ପହଞ୍ଚି ଜଗନ୍ନାଥକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ଭୀମଟାଙ୍ଗୀରେ ଯେଉଁଘରେ ଏଭଳି ଘଟଣା ଘଟିଥିଲା ସେଠାରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘର ବାହାରେ ପ୍ରବଳ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାରେ କିଛି ମିଷ୍ଟ୍ରି ଥିବା ଶୁଣିବାକୁ ମିଳୁଛି ।