Odia News Portal

ରଙ୍ଗ ନମ୍ବର ପ୍ରେମିକକୁ ଘରକୁ ଡକାଇ ବୋହେ ଛେଚିଲେ ମହିଳା

ଭୁବନେଶ୍ୱର: ରଙ୍ଗ ନମ୍ବରରେ ଆରମ୍ଭ ହୋଇଥିଲା ପ୍ରେମ । ଅଜଣା ପ୍ରେମିକାଙ୍କ ପ୍ରେମରେ ପାଗଳ ହୋଇଥିଲେ ଯୁବକ । ବାରମ୍ବାର ଫୋନ କରି ହଇରାଣ କରାଉଥିବାରୁ ଶେଷରେ ଘରକୁ ଡକାଇ ନିର୍ଦ୍ଧୁମ ଛେଚିଛନ୍ତି ମହିଳା । ତେବେ ଏହା କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଘଟଣା । ଚନ୍ଦ୍ରଶେଖରପୁର ଅରବିନ୍ଦ ନଗରରେ ଯୁବକଙ୍କ ମାଡ଼ ମାରୁଥିବା ନଜରକୁ ଆସିଥିଲା । ପରେ ଚନ୍ଦ୍ର ଶେଖରପୁର ପୋଲିସ ଖବର ପାଇ ଗୁରୁତର ଆହତ ଯୁବକଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

ଦୁଇମାସ ତଳେ ମହିଳାଙ୍କ ନିକଟକୁ ଆସିଥିଲା ରଙ୍ଗ ନମ୍ବରରୁ କଲ । ତେବେ ସେ ରଙ୍ଗ ନମ୍ବର ବୋଲି ଜାଣିବା ପରେ କାଟି ଦେଇଥିଲେ । ମାତ୍ର ଯୁବକ ଜଣକ ତାଙ୍କୁ ବାରମ୍ବାର କଲ କରିଥିଲେ । ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହ କଥା ହୋଇଥିଲେ । ତେବେ ଘର ଠିକଣା ପଚାରିବାରୁ ମହିଳା ଜଣକ ନିଜର ଆଡ୍ରେସ ଦେଇଥିଲେ । ପୂର୍ବ ଯୋଜନା ମୁତାବକ ପରିବାର ଲୋକଙ୍କ ସହ ଘରେ ଜଗି ବସିଥିଲେ ମହିଳା । ଯୁବକ ଜଣକ ପହଞ୍ଚିବା ପରେ ତାଙ୍କୁ ଧରି ବୋହେ ଛେଚିଥିଲେ । ପରେ ପୋଲିସ ଖବର ପାଇ ଯୁବକଙ୍କୁ ଉଦ୍ଧାର କରିଛି ।