ଡେରାଡୁନ୍: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୁବ ନେତା ପୁଷ୍କର ସିଂ ଧାମି । ଉତ୍ତରାଖଣ୍ଡର ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ମନ୍ତ୍ରୀ ମଣ୍ଡଳର ଦୁଇଜଣ ନେତା ସତପାଲ ମହାମାଜ ଓ ହରକ ସିଂ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ବିଜେପିର ବରିଷ୍ଠ ନେତା ତଥା ମନ୍ତ୍ରୀ ସତପାଲ ମହାରାଜ, ହରକ୍ ସିଂ ରାୱତ ଓ ବିଜେପିର ଅନ୍ୟନେତା ଓ ବିଧାୟକମାନେ ଯୋଗ ଦେଇଥିଲେ । ଧାମୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦଳ ନିର୍ବାଚିତ କରିବା ପରେ ଏହାକୁ ନେଇ ରାଜ୍ୟ ବିଜେପିର କିଛି ବିଧାୟକ ଅସନ୍ତୁଷ୍ଟ ଥିବା କଥା ବି କୁହାଯାଇଛି । ଏନେଇ ଆଜି ସକାଳେ ରାଜ୍ୟ ବିଜେପି ଅଧ୍ୟକ୍ଷ ମଦନ କୌଶିକଙ୍କ ଡେରାଡୁନ ବାସଭବନରେ ଏକ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟ ପ୍ରଭାରୀ ଦୁଷ୍ମନ୍ତ କୁମାର, ଧନ ସିଂ ରାୱତ,ବିଷନ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।