Odia News Portal

ଜାଣନ୍ତୁ କାଟାଗୋରୀ-ଏ ଜିଲ୍ଲାରେ କଣ ରହିଛି ଗାଇଡ୍ ଲାଇନ

ଭୁବନେଶ୍ୱର: ଜୁଲାଇ ମାସ ଲାଗି ଆସିଛି ଗାଇଡ ଲାଇନ୍ । ୨ଟି କାଟାଗୋରୀରେ ବିଭକ୍ତ କରାଯାଇ ବିଭିନ୍ନ କଟକଣା ଲଗାଯାଇଛି । କାଟାଗଗୋରୀ-ଏରେ ୨୦ଟି ଜିଲ୍ଲା ଥିବାବେଳେ କାଟାଗୋରୀ-ବିରେ ୧୦ଟି ଜିଲ୍ଲା ରହିଛନ୍ତି । ତେବେ ଏ କାଟାଗୋରୀ ଜିଲ୍ଲାରେ କଟକଣା ଟିକେ କୋହଳ କରାଯାଇଛି । ଏହି ୨୦ଟି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ।

ତେବେ ଜାଣନ୍ତୁ କଣ କଣ ସବୁ ରହିଛି ଗାଇଡ ଲାଇନ । କ୍ୟାଟେଗୋରୀ ଏରେ ଥିବା ସମସ୍ତ ୨୦ଟି ଜିଲ୍ଲାର ମଲ୍‌, ସ୍ପା, ପାର୍ଲର ଛାଡି ସମସ୍ତ ଦୋକାନ ସକାଳ ୬ରୁ ସଂଧ୍ୟା ୬ ଯାଏଁ ଖୋଲିବ । ଏହି ଜିଲ୍ଲା ଗୁଡିକରେ ବସ୍ ଚାଲିବ । ଟ୍ୟାକ୍ସି ଓ ଅଟୋରିକ୍ସା ଚାଲି ପାରିବ । ଆଉଟଡୋର ଓ ଇନଡୋର ସୁଟିଂ ଚାଲିବ । ସାପ୍ତାହିକ ହାଟ ଓ ଦୈନିକ ହାଟ ଖୋଲିବ । ସେଲୁନ ଖୋଲିବା ନେଇ ଅନୁମତି ମିଳିବ । କୋଭିଡ ନିୟମ ମାନି ସପ୍ତାହ ସାରା ସବୁ ଦୋକାନ ଖୋଲିବ ।