Odia News Portal

ଗଣମାଧ୍ୟମ ଆଗରେ ନିଜର ଦୁଃଖ ପ୍ରକାଶ କଲେ ଚିରାଗ ପାଶୱାନ

ପାଟନା: ଏଲଜେପି ଦୁଇ ଭାଗରେ ବିଭକ୍ତ ହେବା ପରେ ଚିରାଗ ପାଶୱାନ ଓ ତାଙ୍କ ମାମୁଁ ପଶୁପତି କୁମାର ପରାଶଙ୍କ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ । ଉଭୟ ଉଭୟଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ବିଶ୍ୱାସ ଘାତକତା କରିଥିବା କଥା କହି ଉଭୟ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି । ଆଜି ଗଣମାଧ୍ୟମ ସମ୍ମୁଖରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ଚିରଗ । ସେ କହିଛନ୍ତିି କି, ମୁଁ ସବୁବେଳେ ବିଜେପି ସହ ଥିଲି । ପ୍ରଧାନମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକୁ ସମର୍ଥନ କରୁଥିଲା । ମାତ୍ର ନୀତିଶ କୁମାର ସବୁବେଳେ ଏହାକୁ ବିରୋଧ କରୁଥିଲେ । ବିଜେପି ସହ ସବୁ ସମୟରେ ରହୁଥିବା ବେଳେ ମୋ ଅସମୟରେ ବିଜେପି ନେତା ଚୁପ ବସିବା ମୋତେ କଷ୍ଟ ଦେଉଛି ।

ପ୍ରଭୁ ଶ୍ରୀ ରାମଙ୍କ ସହ ହନୁମାନ ଦୁଃଖ ସମୟରେ ଛିଡ଼ା ହେବା ଭଳି ମୁଁ ସବୁ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ରହୁଥିଲି । ହନୁମାନଙ୍କୁ ଚୁପଚାପ ହତ୍ୟା କରାଯାଉଥିବା ବେଳେ ରାମ ଦେଖିପାରିବେ ନାହିଁ ବୋଲି ସେ କହିଛନ୍ତି । ତେବେ ଆଗାମୀ ଦିନରେ ବିଜେପି କାହାକୁ ସହଯୋଗ କରୁଛି ସେ କଥା ଦେଖିବାକୁ ବାକି ରହିଲା ବୋଲି ସେ କହିଛନ୍ତି ।