Odia News Portal

ବିନା ପରୀକ୍ଷାରେ ଆଜି ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ । ଚଳିତବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇନଥିଲେ । ମାତ୍ର ଆଜି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ । ସଂଧ୍ୟା ୬ଟା ପରେ ବୋର୍ଡ ୱେବସାଇଟ୍ରେ ଫଳାଫଳ ଉପଲବ୍ଧ ହେବ । www.bseodisha.ac.in ଓ www.bseodisha.nic.inରେ ଲଗ୍ ଇନ୍ ରେଜଲ୍ଟ ପାଇବେ ଛାତ୍ରଛାତ୍ରୀ । ଏସଏମଏସରେ ମଧ୍ୟ ପରୀକ୍ଷାଫଳ ଜାଣିପାରିବେ । ମୋବାଇଲରେOR01 ଲେଖି ସ୍ପେସ ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ ମେସେଜ ପଠାଇବେ । ମାଟ୍ରିକ ସହ ଓପନ ସ୍କୁଲ ସାର୍ଟିଫିକେଟ ଓ ମଧ୍ୟମା ରେଜଲ୍ଟ ଏକାସଙ୍ଗେ ପ୍ରକାଶିତ ହେବ ।