ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗତକାଲି ରାତିରୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶେଷହବାପରେ ରତ୍ନବେଦୀରୁ ଧାଡି ପହଣ୍ଡିରେ ଆସି ସ୍ନାନ ବେଦୀରେ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି। ସ୍ନାନ ବେଦୀରେ ଉଦ୍ଦିଷ୍ଟ ନୀତି ସଂପନ୍ନ ହେବାପରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ମହାପ୍ରଭୁ ବଳଭଦ୍ର ୩୩ ଗରା ସୁବାସିତ ଜଳରେ , ଦେବୀ ସୁଭଦ୍ରା ୨୨ ଗରା ସୁବାସିତ ଜଳ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ୩୫ ଗରା ସୁବାସିତ ଜଳ ଓ ପ୍ରଭୁ ସୁଦର୍ଶନ ୧୮ ଗରା ସୁବାସିତ ଜଳରେ ମହାସ୍ନାନ କରିଛନ୍ତି। ମହାସ୍ନାନ ପରେ ଶ୍ରୀଜିଉଙ୍କର ଆରମ୍ଭ ହୋଇଛି ଗଜାନନ ବେଶ।
କୋଭିଡ ପରିସ୍ସ୍ଥି ତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଜପତି ମହରାଜା ଛେରାପହଁରା ନକରିବାକୁ ନିଷ୍ପତ୍ତି ନେଇଥିଲେ। ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଦ୍ୱାରା ଛେରାପହଁରା ନୀତି ସଂପନ୍ନ ହୋଇଥିଲା। ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ପାଳନ କରାଯାଉଛି ସ୍ନାନ ପୂର୍ଣ୍ଣିମା। କେବଳ ନୀତିକାନ୍ତିରେ କରାଯାଉଛି ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା। ଭକ୍ତ ଶୂନ୍ୟ ବଡଦାଣ୍ଡ। ଗତକାଲି ଠାରୁ ପୁରୀ ସହରରେ ଲାଗୁ କରାଯାଇଛି ୧୪୪ ଧାରା। ମହାପ୍ରଭ୍ଙ୍କଦର ସ୍ନାନଯାତ୍ରା ପାଇଁ କେବଳ ପାଳିଆ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାସ୍ ଯୋଗାଇ ଦିଆଯାଇଛି।