Odia News Portal

କଟକରେ ପହଞ୍ଚିଲା ଦେବାଶିଷଙ୍କ ମରଶରୀର

କଟକ: କଟକରେ ପହଞ୍ଚିଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର । ପରିବାର ଓ ପରିଜନ ଲୋକଙ୍କ ସହ ବହୁ ଲୋକ ତାଙ୍କର ଶେଷ ଦର୍ଶନ କରିବା ଲାଗି ପହଞ୍ଚିଥିବା ଦେଖିବାକୁ ମିଳିଛି । ଖାନ ନଗର ମଶାଣୀରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି । କଟକର ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ତାଙ୍କର ପରଲୋକ ହୋଇଥିଲା । ଆଜି କୋଲକାତାରୁ ସ୍ଥଳପପଥ ଯୋଗେ ତାଙ୍କର ମରଶରୀରକୁ ଅଣାଯାଇଛି ।

ସୂଚନା ଥାଉକି, କରୋନାର ଜଟିଳତା ଯୋଗୁଁ ଦେବାଶିଷଙ୍କ ଇକ୍ମୋ ଚିକିତ୍ସା ଆବଶ୍ୟକ ହୋଇଥିଲା। ତେଣୁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା। ଚାରିଦିନ ତଳେ ତାଙ୍କ ରକ୍ତ ସଂକ୍ରମଣ ବଢ଼ି ଯାଇଥିଲା। ଡାଏଲିସିସ କରାଯିବାରୁ ରକ୍ତରେ ଅଙ୍ଗାରକାମ୍ଳ ପରିମାଣ ବହୁ ମାତ୍ରାରେ ବଢ଼ି ଯାଇଥିବା ଜଣାପଡ଼ିଥିଲା ଏହାପରେ ଇକମୋ ସାହାଯ୍ୟରେ ଅମ୍ଳଜାନ ଦେଇ ଅଙ୍ଗରକାମ୍ଳ ବାହାର କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ତାହା ବିଫଳ ହୋଇଥିଲା।