Odia News Portal

କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ଶେଷ ହୋଇଛି ଦେବ ଦମ୍ପତିଙ୍କ ବିବାହ । ମହାଦେବ ଭୋଳାନାଥଙ୍କ ସହ ଗିରିଜା ନନ୍ଦିନୀଙ୍କ ବିବାହ ସମ୍ପନ୍ନ ହୋଇଛି । ବୈଦିକ ରୀତିରେ ପଡ଼ିଛି ହାତଗଣ୍ଠି । ମଙ୍ଗଳରାତି ବୁଧ ପାହାନ୍ତି ପବିତ୍ର ବେଳାରେ ସମ୍ପନ୍ନ ହୋଇଛି ବିବାହ । ରାଜ୍ୟର ସମସ୍ତ ଶୈବ ପୀଠରେ ଶୀତଳଷଷ୍ଠୀ ପର୍ବ ଅନୁଷ୍ଠିତ ହୋଇଥିଲା । କେବଳ ପରମ୍ପରା ବଜାୟ ରଖିବା ଲାଗି ବିବାହ ନୀତି କରାଯାଇଛି । ଚଳିତ ବର୍ଷ ବାଣ ନାହିଁ କି ରୋସଣୀ ନାହିଁ । ଖାଁ ଖାଁ ମଣ୍ଡପରେ ସୀମିତ ସଂଖ୍ୟକ ଭକ୍ତଙ୍କ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ମହାଦେବ ଓ ପାର୍ବତୀଙ୍କ ଦେବବିବାହ ସମ୍ପନ୍ନ ହୋଇଥିବାବେଳେ ଆଜି ଯୁଗଳ ମୂର୍ତ୍ତି ଦର୍ଶନ ଦେଇଛନ୍ତି । ଲଗ୍ନ ଅନୁସାରେ ରାତି ୩ଟାରେ ଦେବ ବିବାହ ଅନୁଷ୍ଠିତ ହୋଇଯାଇଛି ।

ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ମଧ୍ୟ ଫିକା ପଡ଼ିଛି । ବ୍ରହ୍ମ ମୂହୁର୍ତରେ ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ମୋଦିପଡାର ଜାଗେଶ୍ୱର ବାବା, ବଡ଼ ବଜାରର ଶୀତଳେଶ୍ୱର ବାବାଙ୍କ ବିବାହ କାର‌୍ୟ୍ୟ ସମ୍ପନ୍ନ ହୋଇଛି । ଶୁଭ ଲଗ୍ନରେ କନ୍ୟାପିତା କନ୍ୟାଦାନ ପରେ ହସ୍ତଗଣ୍ଠି ପଡ଼ିଛି । କରୋନା କଟକଣା ଯୋଗୁଁ ଚଳିତ ବର୍ଷ କେବଳ ବିଧି ରକ୍ଷା ସ୍ୱରୁପ ବାହାଘର ଆୟୋଜନ ହୋଇଛି ।