ପାଟନା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଦଳିତ ନେତା ରାମ ବିଳାସ ପାଶୱାନଙ୍କୁ ଦ୍ବାରା ସଂସ୍ଥାପିତ ବିହାରର ‘ଲୋକ ଜନଶକ୍ତି ପାଟି’ (ଏଲ୍ଜେପି)ରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଏଲଜେପିରେ ଲାଗିଥିବା କନ୍ଦଳ ଭିତରେ ଚିରାଗ ପାସୱାନ ଆଜି ପାଞ୍ଚ ଜଣ ବିଦ୍ରୋହୀ ସଦସ୍ୟଙ୍କୁ ଏଲଜେପିରୁ ନିଲମ୍ବିତ କରିଛନ୍ତି ଜ୍ଝ ଗତକାଲି ସମ୍ପ୍ରତି ବିହାର ହାଜିପୁର ଲୋକସଭା ଆସନର ପ୍ରତିନିଧିତ୍ବ କରୁଥିବା ପଶୁପତି କୁମାର ପାଶୱାନଙ୍କୁ ‘ଏଲ୍ଜେପି’ର ପ୍ରାୟ ୫ଜଣ ସାଂସଦ ଔପଚାରିକ ଭାବେ ସଂସଦୀୟ ଦଳର ନୂତନ ନେତା ଭାବେ ଚୟନ କରିଥିଲେ। ଏହାକୁ ବିରୋଧ କରି ଆଜି ଚିରାଗ ପାସୱାନ ୫ଜଣଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ।
ଶେଷରେ ଏଲଜେପିରେ ବିଭାଜନ ଘଟିଛି। ପୁତୁରା ଚିରାଗ ପାଶୱାନଙ୍କୁ ଅଲଗା କରି ଦାଦା ପଶୁପତି କୁମାର ପାରସ ଲୋକସଭାରେ ଲୋକ ଜନଶକ୍ତି ପାର୍ଟିର ସଂସଦୀୟ ଦଳ ନେତା ହୋଇଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶ୍ରୀ ପାରସଙ୍କୁ ଲୋକ ଜନଶକ୍ତି ପାର୍ଟିର ନେତାଭାବେ ସ୍ୱୀକୃତି ଦେଇଛନ୍ତି। ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ୬ଜଣ ସାଂସଦଙ୍କ ମଧ୍ୟରୁ ୫ଜଣ ସାଂସଦ ବାଚସ୍ପତି ଓମ୍ ବିର୍ଲାଙ୍କୁ ସାକ୍ଷାତ୍ କରି ଚିରାଗ ପାଶୱାନଙ୍କ ବଦଳରେ ପଶୁପତି କୁମାର ପାରସଙ୍କୁ ନେତାଭାବେ ନିଯୁକ୍ତ କରିବାକୁ ଅନୁରୋଧ କରିଥିଲେ। ହାଜିପୁର ସାଂସଦ ପଶୁପତି ପାରସଙ୍କ ନେତୃତ୍ୱରେ ୫ଜଣ ବିଦ୍ରୋହୀ ସାଂସଦ ଚନ୍ଦନ ସିଂ, ବୀଣା ଦେବୀ, ମେହବୁବ ଅଲ୍ଲୀ କାଇଜର ଓ ପ୍ରିନ୍ସ ରାଜ୍ ଏକ ପୃଥକ ଗୋଷ୍ଠୀ ଗଠନ କରିଥିବା ବାଚସ୍ପତିଙ୍କୁ ଜଣାଇଥିଲେ।