ବଲାଙ୍ଗୀର: ରଜ ସଂକ୍ରାନ୍ତିରେ ବଲାଙ୍ଗୀରରୁ ଆସିଲା ଏକ ଅଭାବନୀୟ ଦୃଶ୍ୟ । ଜଣେ ବନ୍ଧୁକଧାରୀ ଯୁବକର ଉନ୍ମୁକ କାଣ୍ଡ । ଶାନ୍ତିପଡ଼ାରେ ରହୁଥିବା ଭଡ଼ା ଦେଖାଇଛନ୍ତି ଉନ୍ମୁକ୍ତ କାଣ୍ଡ । ଶାନ୍ତିପଡ଼ାରେ ଜଣେ ବ୍ୟବକ୍ତିଙ୍କ ଘରେ ପଶି ଆତଙ୍କ ଖେଳାଇଛି ଯୁବକ । ଯୁବକକୁ କାବୁ କରିବାକୁ ପୋଲିସର ଉଦ୍ୟମ । ସିଡ଼ି ପକାଇ ଝରକା ପଟେ ପଶିଲେ ପୋଲିସ । ଯୁବକ ଜଣକ ଘର ମାଲିକ ଓ ତାଙ୍କ ପରିବାର ଲୋକଙ୍କୁ ବନ୍ଧକ ରଖିଥିଲା । ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧି ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ଝରକା ପଟେ ପଶି ଜଣକ ପରେ ଜଣଙ୍କୁ ଉଦ୍ଧାର କରୁଛନ୍ତି । ସେପଟେ ନିଜ ଛାତିରେ ବନ୍ଧୁକ ରଖି ପାଖକୁ କେହି ଆସିଲେ ନିଜକୁ ସୁଟ୍ କରିଦେବାକୁ ଦେଉଛି ଧମକ ।
ଖବର ଅନୁଯାୟୀ, ଜଣେ ଯୁବକ ଏକ ବାଇକରେ ଆସି ଶାନ୍ତିପଡାର ମଦନ ମୋହନ ହୋତାଙ୍କ ପରିବାରକୁ ବନ୍ଧୁକ ଦେଖାଇ ଧମକଚମକ ଦେଉଥିବା ବେଳେ କୌଶଳ କ୍ରମେ ପରିବାର ଲୋକେ କବାଟ ଦେଇ ଏକ କୋଠରୀରେ ବନ୍ଦ ହୋଇଯାଇଲେ । ଏହି ସମୟରେ ପରିବାରର ଅନ୍ୟ ଜଣେ ବାହାରୁ ଆସି ବାହାରପଟୁ ଅବାଟ ଦେଇ ଦେଇଥିଲେ । ଫଳରେ ଘର ପୋଟିକରେ ବନ୍ଧୁକଧାରି ଯୁବକ ଜଣକ ବନ୍ଦ ହୋଇ ରହିଛନ୍ତି । ଯୁବକଙ୍କୁ କାବୁ କରିବା ସହ ପରିବାରକୁ ଉଦ୍ଧାର ପାଇଁ ପୁଲିସ ଘରକୁ ଘେରାବନ୍ଦି କରି ଉଦ୍ୟମ ଚଳାଇଛି । ଯୁବକଙ୍କ ସମ୍ପର୍କରେ ପୁଲିସ କିଛି କହୁନଥିବା ବେଳେ ତାଙ୍କ ଭାଇ ଓ ମାଙ୍କୁ ଡକାଇ ବୁଝାସୁଝା ଚଳାଇଛି । ହେଲେ ତାହା ସଫଳ ହେଉନଥିବାରୁ ପୁଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ କେଉଁ କାରଣରୁ ସେ ବନ୍ଧୁ ଧରି ଆସିଥିଲେ ତାହା କିଛି ଜଣାପଡିନାହିଁ ।