Odia News Portal

ଆସନ୍ତା ୧୭ରୁ ୟୁଟ୍ୟୁବରେ ନବମ ଓ ଦଶମ ପିଲାଙ୍କୁ ଶିକ୍ଷାଦାନ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ୟୁଟ୍ୟୁବରେ ଦିଆଯିବ ଶିକ୍ଷାଦାନ । ଦିନ ୧୦ଟାରୁ ଅପରାହ୍ନ ୧ ଯାଏଁ ପାଠ ପଢ଼ିବେ ପିଲା । ସମସ୍ତ ଜିଲ୍ଲାର ଡିଇଓ ମାନଙ୍କୁ ବିଷୟ ସ୍ଥିର କରିବାକୁ କୁହାଇଛି । ଆସନ୍ତା ୧୮ରେ ଏନେଇ ୩୦ ଜିଲ୍ଲାର ଡିଇଓଙ୍କ ସହ ବୈଠକ ବସିବ । +୨ ନେଇ ବିଶେଷଜ୍ଞ କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି । ଆଜି ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ ।

ଜୁନ୍ ଶେଷ ସପ୍ତାହରେ ବାହାରିବ ମେଟ୍ରିକ ରେଜଲ୍ଟ୍ । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପାଇଁ ଚେଷ୍ଠା କରାଯାଉଛି । ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ ଭାବରେ କରାଯାଉଛି । ଆଜି ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେପଟେ ସ୍କୁଲ ଖୋଲିବା ପ୍ରସଙ୍ଘରେ ମନ୍ତ୍ରୀ କହିଛନ୍ତି କି ଏବେ ସ୍କୁଲ ଖୋଲାଯିବା କହିବା ସମ୍ଭବ ନୁହେଁ । ମୁଖ୍ୟମନ୍ତ୍ରୀ ଓ ବିଶେଷଜ୍ଞମାନେ ନିଷ୍ପତି ନେବେ । ଏହାପରେ ସ୍କୁଲ ଖୋଲିବା ନେଇ କୁହାଯିବ ।