Odia News Portal

ଲକଡାଉନ୍ ଓ ସଟଡାଉନରେ ଖୋଲା ରହିବ କୃଷି ଆନୁସଙ୍ଗିକ ବ୍ୟବୟାୟ ପ୍ରତିଷ୍ଠାନ

ଭୁବନେଶ୍ୱର: ଆସୁଛି ବର୍ଷାଦିନ । କୃଷି ଅମଳ ଲାଗି ଉପକୂଳ ସମୟ ହେଉଛି ଏହି ବର୍ଷାଦିନ । ତେବେ ଏହି ଲକଡାଉନ ଓ ସଟଡାଉନରେ ସମୟରେ ଚାଷୀମାନେ ଯେଭଳି କୃଷି ଉପକରଣ କିଣିବାରେ ଅସୁବିଧା ନଉପୁଜେ ସେ ଦିଗରେ ଧ୍ୟାନ ଦିଆଯାଇଛି । ଔଷଧ ଦୋକାନ ଭଳି ସବୁ ସମୟରେ ଖୋଲା ରହିବ କୃଷି ଆନୁସଙ୍ଗିକ ବ୍ୟବସାୟ ପ୍ରତିଷ୍ଠାନ । ଏହି ଦୋକାନ ଉପରେ କୌଣସି କଟକଣା ଲାଗିବନି । ଉଭୟ ଲକଡାଉନ ଓ ସଟଡାଉନ୍ରେ ବିହନ, ସାର, କୃଷି ଉପକରଣ ଓ କୃଷି ଯନ୍ତ୍ରପାତି ଦୋକାନ ଖୋଲା ରହିବ । ଚାଷୀମାନେ ଚାଷକାର୍ଯ୍ୟ ସହ କୃଷିଜାତ ଦ୍ରବ୍ୟର ବିକ୍ରି କରିପାରିବେ । ଏହାସହ କୃଷି ଉପକରଣର ଯାତାୟତ ବିନା ବାଧାବିଘ୍ନରେ କରିପାରିବେ ବୋଲି କହିଛନ୍ତି ରିଲିଫ୍ କମିଶନର।