Odia News Portal

ଆଜି ସାବିତ୍ରୀ ବ୍ରତ

ଭୁବନେଶ୍ୱର: ସ୍ୱାମୀଙ୍କ ଦୀର୍ଘାୟୁ ଓ ନିରାମୟ କାମନା କରି ସାଧବା ନାରୀମାନେ ସାବିତ୍ରୀବ୍ରତ ମନାସୀ ଥାନ୍ତି । ତେବେ ହେଉଛି ସ୍ୱାମୀଙ୍କ ସମ୍ପର୍କ ଲାଗି ଏକ ପବିତ୍ର ଦିନ । ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ତେବେ କରୋନା କଟକଣା ମଧ୍ୟରେ ବ୍ରତ ପାଳିଛନ୍ତି ମହିଳାମାନେ । ବଡ଼ ବଡ଼ ମନ୍ଦିର ବନ୍ଦ ରହିଥିବାରୁ ପାଖରେ ଥିବା ମନ୍ଦିରକୁ ଯାଇ ବ୍ରତ ପାଳିଥିବା ଦେଖିବାକୁ ମିଳିଛି । ପୌରାଣିକ ତଥ୍ୟାନୁସାରେ, ଆଜିର ଦିନରେ ସତୀ ସାବିତ୍ରୀ ସ୍ବାମୀ ସତ୍ୟବାନଙ୍କ ଜୀବନର ବରଦାନ ମାଗି ଯମରାଜଙ୍କୁ ମଧ୍ୟ ଫେରାଇ ଦେଇଥିଲେ । ତେବେ ଆଜି ମଧ୍ୟ ସେହି ରୀତିନୀତିରେ ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି ।