Odia News Portal

ଚାଲିଛି ହୋଟେଲ କର୍ମଚାରୀଙ୍କ ସ୍ୱତନ୍ତ୍ର ଟିକାକରଣ

ଭୁବନେଶ୍ୱର: କରୋନା ସଞ୍ଜିବନି ଟିକା ନେବା ଲାଗି ଚାଲିଛି ପଞ୍ଜିକରଣ । ସେପଟେ ଦୁଇଟି ଡୋଜ ନେଇ ସାରିଲେଣି ଅନେକ ଲୋକ । ଏହାରି ଭିତରେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରି ଦିଆଯାଉଛି ଟିକା । ଏହି ଆସୋସିଏସନର ସଦସ୍ୟଙ୍କ ଲିଷ୍ଟ ଅନୁସାରେ ସ୍ୱତନ୍ତ୍ର ଭାବରେ ସେଭେନ୍ଥ ବାଟାଲିୟନ ସ୍କୁଲରେ ପଞ୍ଜିକରଣ କରିଥିବା ଲୋକଙ୍କୁ ସ୍ୱତନ୍ତ୍ର ଭାବେ ଦିଆଯାଉଛି ଟିକା । ସକାଳୁ ଟିକା ନୋବ ଲାଗି ହୋଟେଲ କର୍ମଚାରୀମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ୫ଶହ କର୍ମଚାରୀଙ୍କର ଟିକାକରଣ କରାଯିବ। ବିନା ସ୍ଲଟ ବୁକିଂରେ ସ୍ୱତନ୍ତ୍ର ସେସନ ଜରିଆରେ ଟୀକାକରଣ କରାଯାଉଛି।