Odia News Portal

ଯୁକ୍ତ ୨ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ବସିଥିବା ବୈଠକରେ ବାହାରିିଲାନି ନିଷ୍କର୍ସ, ବସିବ ଦ୍ୱିତୀୟ ବୈଠକ

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନିର୍ଦ୍ଧାରଣ କରିବାକୁ ବସିଥିଲା ବୈଠକ । ପ୍ରଥମ ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବା ବେଳେ ଦ୍ୱିତୀୟ ବୈଠକ ବସିବା ନେଇ ସୂଚନା ମିଳିଛି । ଗଠନ ହୋଇଥିବା ୧୪ ଜଣିଆ କମିଟି କୌଣସି ନିଷ୍କର୍ସ ବାହାର ନକରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ପ୍ରଥମ ବୈଠକରେ ମୂଲ୍ୟାଙ୍କନର କୌଣସି ନିଷ୍କର୍ସ ବାହାରିପାରିନି। ଦ୍ବିତୀୟ ବୈଠକରେ କୌଣସି ନିଷ୍ପତ୍ତି ଆସିପାରେ ବୋଲି ଆଶା କରାଯାଉଛି । ସୂଚନାନୁଯାୟୀ, ସୋମବାର ବୈଠକରେ ବିଶେଷଜ୍ଞଙ୍କ ମତାମତ ମେଳଖାଇନଥିଲା । ପ୍ରାକ୍ଟିକାଲ ମାର୍କିଂ ଆଧାରକୁ ନେଇ କମିଟି ସହମତ ହୋଇପାରୁନାହିଁ ।