ନୂଆଦିଲ୍ଲୀ: କରୋନା ସଂକ୍ରମିତ ହୋଇଛନ୍ତି ଡେରା ସୌଚ୍ଚ ରାମ ରହିମ୍ । ତାଙ୍କୁ ଏବେ ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି । ପୂର୍ବରୁ ରାମ ରହିମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିଲା । ଜେଲ କତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ତାଙ୍କ ଦେହ ଖରାପ ହେବା ପରେ ତାଙ୍କୁ ରୋହତକର ପିଜିଆଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ରବିବାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
କହିରଖୁଛୁ କି ଡେରା ସଚ୍ଚା ସୌଦା ପ୍ରମୁଖ ରାମ ରହିମ ଜଣେ ମାତାଜୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୧୭ ମସିହା ଅଗଷ୍ଟ ୨୫ ତାରିଖରେ ଜେଲ ଯାଇଥିଲେ । ତାଙ୍କ ସହ ଅନ୍ୟ ତିନିଜଣ ଅଭିଯୁକ୍ତ ତଥା କୁଲଦୀପ ସିଂ, ନିର୍ମଳ ସିଂ, କୃଷ୍ଣ ଲାଲଙ୍କୁ ମଧ୍ୟ ଆଜୀବନ ଜେଲଦଣ୍ଡ ଘୋଷଣା କରିଥିଲେ କୋର୍ଟ । ୧୨ ବର୍ଷ ତଳର ପୁରୁଣା ଦୁଷ୍କର୍ମ ମାମଲାରେ ବାବା ରାମ ରହିମଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିଛି । ତେବେ ସେ ଗିରଫ ହେବା ପରେ କିପରି ବିଳାସ ବ୍ୟସନ ଜୀବନ ଯାପନ କରୁଥିଲେ ଧିରେ ଧିରେ ପଦାକୁ ଆସିଥିଲା । ସେପଟେ ଆକ୍ରମରେ ବହୁ ଯୁବତୀଙ୍କ ସହ ରାତି କଟାଉଥିବା ଭଳି ତଥ୍ୟ ସବୁ ଜଣାପଡିଥିଲା ।