କଟକ: ଚାଉଳିଆଗଞ୍ଜ ଥାନା ପୋଲିସର ବଡ଼ ସଫଳତା । ଏକ ବଡ଼ ରାକେଟର କରିଛି ପର୍ଦ୍ଦଫାସ କରିଛି ପୋଲିସ । ନିଜକୁ ଜଣେ ବ୍ୟାଙ୍କ ମ୍ୟାନେଜର ଓ ଏଲଆଇସି କର୍ମଚାରୀ କହି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟୁଥିବା ଠକକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ସୁପ୍ରଭାତ ମହାପାତ୍ର । ତା’ଘର ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ବୋଲି ଜଣାପଡିଛି । ଅଭିଯୁକ୍ତ ନିକଟରୁ ୧ଲକ୍ଷ ୯ହଜାର ନଗଦ ଟଙ୍କା, ୩ଟି ମୋବାଇଲ, ୪ଟି ସିମକାର୍ଡ ଏବଂ ଗୋଟିଏ ସ୍କୁଟି ଜବତ କରିଛି । ପୂର୍ବରୁ ସୁପ୍ରଭାତ ନାଁରେ ୨୪ଟି ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ତେବେ ଏହି ଅଭିଯୁକ୍ତ ଜଣକ ଅତି ଚାଲାକର ସହ ଅନେକଙ୍କଠାରୁ ଟଙ୍କା ହେରଫେର କରୁଥିଲା ।