ବରେଲି: ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବା ପରେ ମଧ୍ୟ ଥମୁନି ଲଜ୍ଜା । ପ୍ରତିଦିନ ଖବର କାଗଜର ପୃଷ୍ଠା ମଣ୍ଡନ କରିବା ସହ ଟିଭିରେ ବ୍ରେକିଂ ନ୍ୟୁଜ୍ ହେଉଛି ଏହି ଖବର । ତେବେ ଏହାରି ଭିତରେ ନଜରକୁ ଆସିଛି ପୁଣି ଏକ ଗଣଦୁଷ୍କର୍ମ ମାମଲା । ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ୬ଜଣ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ୨୨ ବର୍ଷିୟ ବିଶାଲ ଓ ଅନୁଜ ପଟେଲ । ଏହି ଘଟଣାରେ ସମ୍ପୃକ୍ତ ବାକି ୪ଜଣଙ୍କୁ ଖୋଜୁଛି ପୋଲିସ ।
ସୂଚନା ଅନୁଯାୟୀ, ମେ ୩୧ରେ ଯୁବତୀ ଜଣଙ୍କ ଦୁଇଜଣ ସାଙ୍ଗଙ୍କ ସହ ବୁଲିବାକୁ ଯାଉଥିବାବେଳେ ରାସ୍ତା ଉପରୁ ଉଠାଇ ନେଇ ୬ଜଣ ଦୁଷ୍କର୍ମ କରିଥିଲେ । ତେବେ ଏହି କଥା କାହା ଆଗରେ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ଅଭିଯୁକ୍ତ । ଯେଉଁ କାରଣରୁ ଯୁବତୀ ଜଣକ କାହାକୁ କିଛି ନକହି ଘରେ ଚୁପ ରହିଥିଲେ । ତେବେ ଝିଅର ହାବ ଭାବ ଦେଖିବା ପରେ ପଚାରିବାରୁ ସବୁ ସତ କହିଥିଲେ ଯୁବତୀ । ଏହାପରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।