ନବରଙ୍ଗପୁର: ଆଜି ବିଶ୍ୱ ପରିବେଶ ଦିବସ । ପରିବେଶର ସୁରକ୍ଷା ନିମନ୍ତେ ସମସ୍ତେ ସ୍ଲୋଗାନ ଦେଇଛନ୍ତି । ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଅଭିନବ ଦୃଶ୍ୟ । ମହାମାରୀ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟ ଗଛ ଲଗାଇଛି ନବରଙ୍ଗପୁର ପ୍ରଶାସନ । ଯାହାକୁ ସାଧାରଣରେ ବେଶ ପ୍ରଂଶସା କରାଯାଇଛି ।
ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଦିବଂଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଗଛ ଲଗାଇଲେ ଜିଲ୍ଲାପ୍ରଶାସନ । ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ନୂଆଗଡ଼ ମୌଜାର ଥିବା ଓଁ ଶାନ୍ତି ର ଆନନ୍ଦ ସରୋବର ଏବଂ ନବରଙ୍ଗପୁର ପୁଲିସ ରିଜର୍ଭ ପଡିଆ ଠାରେ ୧୧୪ ଗୋଟି ଆମ୍ବ ଗଛ ରୋପଣ ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି।
ଏହି ଵୃକ୍ଷ ରୋପଣ କାର୍ୟ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ, ପ୍ରହଲ୍ଲାଦ ସହାଇ ମିନା, ଖଣ୍ଡିୟ ବନ ଅଧିକାରୀ, ମଗର ଧନଜି ରାଓସ, ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ, ସହକାରୀ ବନ ସଂରକ୍ଷକ ଧନଞ୍ଜୟ ମହାପାତ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ , ବାଣେଶ୍ୱର ରାଓ ସୁବୁଦ୍ଧି, ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାର ଓଁ ଶାନ୍ତି ମୁଖ୍ୟ ପ୍ରଶାସିକା ବ୍ରହ୍ମକୁମାରୀ ନିଲମ ଦିଦି ପ୍ରମୁଖ ଭାଗ ନେଇଥିଲେ ।