ନୂଆଦିଲ୍ଲୀ: ୯୦ ଦଶକର ଚୁଲବୁଲି ନାୟିକା ହେଉଛନ୍ତି ଜୁହି ଚାୱାଲା । ତେବେ ଏବେ ସେ ଜଣେ ପରିବେଶବିତ୍ଭାବେ ମଧ୍ୟ ବେଶ ଜଣାଶୁଣା । ତାଙ୍କୁ କିଏ ବା ନଚିହ୍ନେ । ତେବେ ଜୁହିଙ୍କୁ ଲାଗିଛି ଝଟକା । ଶୁକ୍ରବାର ଦିନ ଦିଲ୍ଲୀ ହାଇକୋର୍ଟ ଅଭିନେତ୍ରୀ ଜୁହି ଚାୱଲାଙ୍କ ୫ଜି ନେଟୱାର୍କିଂ ବିରୋଧରେ ଦାଖଲ କରିଥିବା ଆବେଦନକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟ ଅଭିଯୋଗକାରୀଙ୍କ ଉପରେ ୨୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି । ଏହାପୂର୍ବରୁ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଜେ.ଆର. ମିଡାଙ୍କ ଏକ ବେଞ୍ଚ ଜୁନ୍ ୨ରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।
ବେଞ୍ଚ ପକ୍ଷରୁ କୁହାଯାଇଛି ଯେ ଜୁହି ଚାୱଲାଙ୍କ ଆବେଦନ ତ୍ରୁଟିପୂର୍ଣ୍ଣ ଏବଂ କେବଳ ମିଡିଆ ପ୍ରଚାର ପାଇଁ ଏହା ଦାଖଲ କରାଯାଇଛି। ଏହି ମାମଲାରେ ସରକାରଙ୍କ ନିକଟକୁ ଯିବା ପରିବର୍ତ୍ତେ ସେ କାହିଁକି କୋର୍ଟରେ ଆବେଦନ କରିଛନ୍ତି ବୋଲି ବେଞ୍ଚ ଜୁହିଙ୍କୁ ମଧ୍ୟ ପଚାରିଥିଲେ। ଏଥି ସହିତ ଶୁକ୍ରବାର ଦିନ ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଅଭିନେତ୍ରୀ ଜୁହି ଚାୱଲାଙ୍କ ୫ଜି ନେଟୱାର୍କିଙ୍ଗ ବିରୋଧରେ ଆବେଦନକୁ ଖାରଜ କରିଦେଇଛନ୍ତି।