ଗଞ୍ଜାମ: ଚାଲିଛି କରୋନାର ଦ୍ୱିତୀୟ ଲହର । ସାରା ବିଶ୍ୱକୁ କବଳିତ କରିଛି ଭାଇରସ । ମହାମାରୀରେ ଗଲାଣି ଅନେକ ଜୀବନ । ତେବେ ଆଜି ବି ଓଡ଼ିଶାରେ ଏମିତି ଗାଁ ରହିଛି ଯେଉଁଠି ଏଯାବତ ପହଞ୍ଚିପାରିନାହିଁ କରୋନା ଭାଇରସ । ଗାଁର ଜଣେ ହେଲେ ହୋଇନାହାଁନ୍ତି ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାର ମୋଟ ୧୮ଟି ଆଦିବାସୀ ଗାଁରେ କୌଣସି ବି ଲୋକ ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଲୋକଙ୍କ ଏକତା ଏବଂ ସଚେତନତା ଯୋଗୁଁ ଏପରି ହୋଇପାରିଛି । ବୁଗୁଡ଼ା ବ୍ଲକ୍ କରଚୁଲି ପଞ୍ଚାୟତ ଅଧୀନ କିରିଆମ୍ବା, ବଡ଼ତଣ୍ଡା, ନୂଆପଲ୍ଲୀ ଓ ସିଙ୍ଗିପୁର; କରସିଂ ପଞ୍ଚାୟତ ଅଧୀନ ଖଦାଳପଲ୍ଲୀ, ମହୁଲପଲ୍ଲୀ, କରଞ୍ଜସାହି, ଡିମିରିସାହି, ମଶାଣିସାହି, ସମଲେଇ, ପୋକସୁଂଘା, ବରଡ଼ସାହି, ବେଢ଼ାଖାଲ, ନୂଆପଲ୍ଲୀ, ରାବଗଡ଼ ଓ ବଡ଼ପଡ଼ା; ମାଣିତରା ପଞ୍ଚାୟତ ଅଧୀନ କଣ୍ଡରେଇ ଓ ଗୋଲିଆ ପଞ୍ଚାୟତର ତାଳସର ଏବଂ ଡାହାଣୀପଲ୍ଲୀ।