ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟଙ୍କୁ ବିଧାନସଭା ପରିସରରେ ଦିଆଯାଇଛି ଗାର୍ଡ ଅଫ ଅନର । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ବିକାଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କ ଭଳି ବହୁ ବରିଷ୍ଠ ନେତାଙ୍କ ମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ବିଧାନସଭା ପରିସରରେ ଶୋକସନ୍ତପ ହୋଇ ପଡିଛନ୍ତି ବିଧାୟକମାନେ । ତେବେ ଏହାପରେ ତାଙ୍କ ମର ଶରୀରକୁ ପୈତୃକ ବାସଭବନ ବାସୁଦେବପୁର ଅଭିମୁଖେ ବାହାରିଛି । ସେଠାରେ ସାଧାରଣ ଲୋକଙ୍କ ଦର୍ଶନ ଲାଗି ରଖାଯିବ ।
ଗତକାଲି ବିଜୟଶ୍ରୀଙ୍କ ବିୟୋଗ ଘଟିଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।