ଭୁବନେଶ୍ୱରେ: କମୁନି କରୋନାର କାୟା । ରାଜ୍ୟରେ ୨୪ ଗଣ୍ଟା ମଧ୍ୟରେ ୮୮୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୮୯୧ଟି ହେଉଛି ଲୋକାଲ୍ କେସ୍। ସେହିପରି ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୯, ମୟୂରଭଞ୍ଜରୁ ୫୮୩, ଢେଙ୍କାନାଳରୁ ୫୧୦, ଯାଜପୁରରୁ ୪୯୩ ଓ ପୁରୀ ଜିଲ୍ଲାରୁ ୪୩୮ ଜଣ ଚିହ୍ନଟ ହୋଇଛନ୍ତି।
ଅନୁଗୁଳରୁ ୪୧୪ଜଣ, ବାଲେଶ୍ୱରରୁ ୩୯୫ଜଣ, ବରଗଡ଼ରୁ ୧୯୩ ଜଣ, ଭଦ୍ରକରୁ ୪୧୯ଜଣ, ବଲାଙ୍ଗୀରରୁ ୮୯ ଜଣ, ବୌଦ୍ଧରୁ ୧୭୯ ଜଣ, କଟକରୁ ୭୬୯ ଜଣ, ଦେବଗଡ଼ରୁ୮୪ ଜଣ, ଢେଙ୍କାନାଳରୁ ୫୧୦ ଜଣ, ଗଜପତିରୁ ୫୨ ଜଣ, ଗଞ୍ଜାମରୁ ୧୯୬ ଜଣ, ଜଗତସିଂହପୁରରୁ ୩୧୭ ଜଣ।ଯାଜପୁରରୁ ୪୯୩ ଜଣ, ଝାରସୁଗୁଡ଼ାରୁ୧୨୧ ଜଣ, କଳାହାଣ୍ଡିରୁ ୫ ଜଣ, କନ୍ଧମାଳରୁ ୫୮ ଜଣ, କେନ୍ଦ୍ରାପଡ଼ାରୁ ୩୦୨ ଜଣ, କେଉଁଝରରୁ ୧୮୮ ଜଣ, କୋରାପୁଟରୁ ୯୯ ଜଣ, ମାଲକାନଗିରିରୁ ୮୫ଜଣ, ମୟୁରଭଞ୍ଜରୁ ୫୮୩ ଜଣ, ନବରଙ୍ଗପୁରରୁ ୧୨୯ ଜଣ, ନୟାଗଡ଼ରୁ ୨୪୬ ଜଣ, ନୂଆପଡ଼ାରୁ ୩୪ ଜଣ, ପୁରୀରୁ ୪୩୮ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ୱଲପୁରରୁ ୧୯୪ଜଣ, ସୋନପୁରରୁ ୧୧୮, ସୁନ୍ଦରଗଡ଼ରୁ ୩୩୮ ଓ ଷ୍ଟେଟ ପୁଲରୁ ୨୦୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୭ଲକ୍ଷ ୯୦ହଜାର ୯୭୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୭ଲକ୍ଷ ୨୬ହଜାର ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ସକ୍ରିୟଙ୍କ ସଂଖ୍ୟା ରହିଛି ୮୫୪୨୩ ।