ଭୁବନେଶ୍ୱର: ବିଜେଡିର ବରିଷ୍ଟ ନେତା ତଥା ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୬ଥର ବିଧାୟକ ଭାବେ ବିଜୟଲାଭ କରିଥିବା ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ସେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ହେଉଛନ୍ତି ବିଜୟଶ୍ରୀ ରାଉତରାୟ । ସେ ୧୯୯୦ ମସିହାରେ ଜନତା ଦଳରୁ ପ୍ରାର୍ଥୀ ହୋଇ ପ୍ରଥମଥର ଲାଗି ବିଧାନସଭା ଆସନ ଜିତିଥିଲେ ବିଜୟ । ଏହାପରେ ୧୯୯୫ରେ ପୁଣିଥରେ ଜନତା ଦଳ ଏବଂ ପରେ ୨୦୦୦ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାରଭାବେ ବାସୁଦେବପୁର ଆସନରୁ ବିଜୟ ହୋଇଆସୁଥିଲେ । ସେ ଜନତା ଦଳରୁ ୨ଥର ବିଧାୟକ ହୋଇଥିବା ବେଳେ ବିଜେଡିରୁ ୪ଥର ବିଧାୟକ ହୋଇଛନ୍ତି । ଏପରିକି ରାଜ୍ୟର ବହୁ ମନ୍ତ୍ରୀ ପଦ ମଧ୍ୟ ସେ ତୁଲାଇଛନ୍ତିି । ତେବେ ୨୦୧୯ ମସିହାରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ବିଜେଡିରେ ଲଢ଼ି ବିଜୟ ହୋଇଥିଲେ ।
ରାଜ୍ୟ ରାଜନୀତିରେ ବିଜୟଶ୍ରୀ ରାଉତରାୟ ରାଜ୍ୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ସେ ବିଜୁବାବୁଙ୍କ ସହ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । ବିଜେଡିରେ ମଧ୍ୟ ତାଙ୍କର ଦବଦବା ରହିଥିଲା । ସେ ନବୀନ ରାଜ୍ୟର ପରିବେଶ ଓ ଜଙ୍ଗଲମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । ୨୦୧୭ରେ ନିଆଳି ମେଣ୍ଡାମଡ଼କ ବେଳେ ସେ ମନ୍ତ୍ରୀ ଥିଲେ । ତେବେ ୨୦୧୯ ମସିହାରେ ତାଙ୍କ ପୁଅଙ୍କୁ ଦଳ ଟିକେଟ ଦେଇଥିଲା ।
୧୯୯୦ ମସିହାରେ ଜନତା ଦଳରୁ ପ୍ରାର୍ଥୀ ହୋଇ ପ୍ରଥମଥର ଲାଗି ବିଧାନସଭା ଆସନ ଜିତିଥିଲେ ବିଜୟ । ଏହାପରେ ୧୯୯୫ରେ ପୁଣିଥରେ ଜନତା ଦଳ ଏବଂ ପରେ ୨୦୦୦ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାରଭାବେ ବାସୁଦେବପୁର ଆସନରୁ ବିଜୟ ହୋଇଆସୁଥିଲେ । ତେବେ ୨୦୧୯ ମସିହାରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ବିଜେଡିରେ ଲଢ଼ି ବିଜୟ ହୋଇଥିଲେ ।