Odia News Portal

ମମତାଙ୍କ ଉପରେ ବର୍ଷିଲେ ରାଜନାଥ: କହିଲେ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ଏକ ଅନୁଷ୍ଠାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଆଜି ଘୂର୍ଣ୍ଣିବଳୟ ୟାସ ଦ୍ୱାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପାଇଁ ବଙ୍ଗଳା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାଗଜପତ୍ର ହସ୍ତାନ୍ତର କରି ତୁରନ୍ତ ଫେରି ଆସିବା ଘଟଣା ପ୍ରସଙ୍ଗରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଆଜିର ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ବିଭିନ୍ନ ମହଲରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହି ଘଟଣାକୁ ନେଇ ରାଜନାଥ ସିଂ ପ୍ରତିକ୍ରିୟାରେ କହିଛନ୍ତି, ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ବ୍ୟକ୍ତି ନୁହଁନ୍ତି, ସେମାନେ ଅନୁଷ୍ଠାନ ଅଟନ୍ତି। ଉଭୟ ଜନସେବା ସଂକଳ୍ପ ନିଅନ୍ତି ଏବଂ ସମ୍ବିଧାନ ପ୍ରତି ଏକ ଶପଥ କରନ୍ତି।

ସେ କହିଛନ୍ତି ଯେ, ବିପର୍ଯ୍ୟୟ ସମୟରେ ବଙ୍ଗଳାବାସୀଙ୍କୁ ସାହାଯ୍ୟ କରିବାର ଭାବନା ନେଇ ଆସିଥିବା ପ୍ରଧାନମନ୍ତ୍ରୀଙ୍କ ସହ ଏହି ପ୍ରକାର ଆଚରଣ ଯନ୍ତ୍ରଣାଦାୟକ ଅଟେ। ଜନସେବା ସଂକଳ୍ପ ଏବଂ ସାମ୍ବିଧାନିକ କର୍ତ୍ତବ୍ୟଠାରୁ ରାଜନୈତିକ ପାର୍ଥକ୍ୟର ଏହା ଏକ ଦୁର୍ଭାଗ୍ୟଜନକ ଉଦାହରଣ ଅଟେ । ଯାହା ଭାରତୀୟ ସଙ୍ଘୀୟ ବ୍ୟବସ୍ଥାର ମୂଳ ଆତ୍ମାକୁ କ୍ଷତି ପହଞ୍ଚାଉଛି |