ଭୁବନେଶ୍ୱର : ବାତ୍ୟା ପରବର୍ତୀ ଉଦ୍ଧାର ଓ ସହାୟତା କାର୍ଯ୍ୟର ତଦାରଖ କରିବାକୁ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବାଲେଶ୍ୱର ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ସେ ବାଲେଶ୍ୱର ଯାଇଛନ୍ତି ।
ବାତ୍ୟା ୟାସ୍ କ୍ରମଶଃ ଦୁର୍ବଳ ହେଉଥିଲେ ବି ଏହାର ପ୍ରଭାବରେ ଉତର ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକ ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଏହା ସହିତ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୁନରୁଦ୍ଧାର କାର୍ଯÿ୍ୟରେ ସ୍ଥାନୀୟ ପ୍ରଶାସନ ସହ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗ ନିୟୋଜିତ ଅଛନ୍ତି ।