ଭୁବନେଶ୍ୱର : ବାତ୍ୟା ପାଇଁ ବୁଧବାର ଦିନ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ଟିକାକରଣ ବନ୍ଦ ରହିଥିବା ବେଳେ ଗୁରୁବାର ଓ ଶୁକ୍ରବାର ସ୍ୱାଭାବିକ ଭାବେ ଟିକାଦାନ କାର୍ଯ୍ୟ ହେବ । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ବିଏମସିର ସୂଚନା ଅନୁଯାୟୀ ୨୭ ଓ ୨୮ ତାରିଖ ଦିନ ପୂର୍ବ ଧାର୍ଯ୍ୟ ସମୟ ଓ ସ୍ଥାନ ଅନୁଯାୟୀ ଟିକାକରଣ କରାଯିବ । ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କ ପାଇଁ ଡ୍ରାଇଭ୍ ଇନ୍ ଟିକାକରଣ ମଧ୍ୟ ଚାଲିବ । ୨୬ ତାରିଖ ଦିନ ଟିକାକରଣ ବନ୍ଦ ଥିବାରୁ ଉକ୍ତ ଦିନ ଟିକାନେବାକୁ ଥିବା ବ୍ୟକ୍ତିମାନେ ୨୯ ତାରିଖ ଦିନ ପୂର୍ବ ନିର୍ଦ୍ଧାରିତ ସ୍ଥାନ ଓ ସମୟରେ ଟିକା ନେଇପାରିବେ । ୨୬ ତାରିଖ ପାଇଁ ସେମାନଙ୍କୁ ମିଳିଥିବା ଆପୋଂଟମେଂଟ ସ୍ଲିପ୍ ୨୯ ତାରିଖ ପର୍ଯ୍ୟନ୍ତ ମାନ୍ୟ ରହିବ ।