ଭୁବନେଶ୍ୱର:ବୁଧବାର ସକାଳେ ବାତ୍ୟା ୟାସ୍ ଓଡ଼ିଶା ଉପକୂଳକୁ ସ୍ପର୍ଶ କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାତ୍ୟାର ସ୍ଥିତି ଓ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମୁଖ୍ୟମନ୍ତ୍ରୀଙ୍କୁ ବାତ୍ୟାର ସ୍ଥିତି ଓ ମୁକାବିଲା ନେଇ ଅବଗତ କରାଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମୀକ୍ଷା ଅବସରରେ ବାତ୍ୟା ସମୟରେ ଶୂନ୍ୟ ଜୀବନ ହାନୀ ଉପରେ ଗୁରୁ୍ତ୍ୱ ଦେବା ପାଇଁ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେ କହିଥିଲେ ଯେ, ବାତ୍ୟା ସ୍ଥିତି ଉପରେ ସରକାର ନଜର ରଖିଛନ୍ତି ଓ ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
ସେ ରାଜ୍ୟର ଲୋକମାନଙ୍କୁ ଏଥି ନିମନ୍ତେ ପ୍ରଶାସନର ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସମସ୍ତ ଅ ।ଗୁଅ । ପଦକ୍ଷେପ ନିଅ ।ଯାଇଛି । ତେବେ ଏହାକୁ ନିୟମିତ ଭାବେ ସମୀକ୍ଷା କରିବାର ଅ ।ବଶ୍ୟକତା ରହିଛି । ପ୍ରତ୍ୟେକ ଜୀବନ ଅ ।ମ ପାଇଁ ମୂଲ୍ୟବାନ । ଜିରୋ କାଜୁଅ ।ଲଟି ହେଉଛି ଅ ।ମ ସରକାରଙ୍କ ନୀତିୟ ପ୍ରଶାସନକୁ ମଧ୍ୟ ତା’ କାମରେ ସହଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।