Odia News Portal

ସୁବୋଧ ଜୟସଓ୍ଵାଲ ସିବିଆଇ ନୂତନ ନିର୍ଦ୍ଦେଶକ

ନୂଆଦିଲ୍ଲୀ : ଆଇପିଏସ ଅଧିକାରୀ ସୁବୋଧ କୁମାର ଜୟସଓ୍ଵାଲଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ)ର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ କାର୍ଯ୍ୟକାଳ ଦୁଇ ବର୍ଷ ରହିବ। ଜୟସଓ୍ଵାଲ ୧୯୮୫ ବ୍ୟାଚ୍‌ର ଆଇପିଏସ ଅଫିସର। ସେ ପୂର୍ବରୁ ମହାରାଷ୍ଟ୍ରର ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ସାରିଛନ୍ତି। ସିବିଆଇ ନିର୍ଦ୍ଦେଶକ ହେବା ପୂର୍ବରୁ ସେ କେନ୍ଦ୍ରୀୟ ଔଦଗିକି(ସିଆଇଏସଏଫ)ର ମହା ନିର୍ଦ୍ଦେଶକ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ  ସିବିଆଇ ନୂତନ ନିର୍ଦ୍ଦେଶକ ଚୟନ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ମଙ୍ଗଳବାର ଜୟସଓ୍ଵାଲଙ୍କ ଉପରେ ସିବିଆଇର ନୂତନ ନିର୍ଦ୍ଦେଶକ ଭାବେ ମୋହର ମାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ପ୍ରଧାନ ବିଚାରପତି ଏନଭି ରମନ୍ନା ଓ ବିରୋଧୀ ଦଳ ନେତା ଅଧୀର ରଞ୍ଜନଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ଗତକାଲି ସିଆଇଏସଏଫର ମହାନିର୍ଦ୍ଦେଶକ ସୁବୋଧ କୁମାର ଜୟସଓ୍ଵାଲ, ସଶସ୍ତ୍ର ସୀମା ବଳ(ଏସଏସବି)ର ମହାନିର୍ଦ୍ଦେଶକ କୁମାର ରାଜଶ ଚନ୍ଦା ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସ୍ଵତନ୍ତ୍ର ସଚିଵ ଭି.ଏସ.କେ କୌମୁରୀଙ୍କୁ ନେଇ ତାଲିକା ପ୍ରସ୍ତୁତ କରିଥିଲେ। ବିସ୍ତୃତ ବିଚାର ବିମର୍ଶ ପରେ ଜୟସଓ୍ଵାଲଙ୍କ ନାମରେ କମିଟି ମୋହର ମାରିଛନ୍ତି। ଏହି ବୈଠକ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ  ବସିଥିଲା।

ପ୍ରାୟ ୯୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, ଯେଉଁଭଳି ପ୍ରକ୍ରିୟା ଆପଣା ଯାଉଛି ତାହା କମିଟିର ନୀତିକୁ ଉଲ୍ଲଂଘନ କରୁଛି। ପ୍ରଧାନ ବିଚାରପତି ମଧ୍ୟ କେନ୍ଦ୍ର ସରକାରଙ୍କୁ ନିୟମ ସ୍ମରଣ କରାଇ ଦେଇଥିଲେ।

୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ ସୁବୋଧ କୁମାର ସିବିଆଇ ନିର୍ଦ୍ଦେଶକ ହେବା ପୂର୍ବରୁ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ସିବିଆଇ ନିର୍ଦ୍ଦେଶକ ଦାୟିତ୍ଵ ତୁଲାଉଥିଲେ। ଫେବୃଆରୀରେ ରିଷି କୁମାର ଶୁକ୍ଳା ଚାକିରିରୁ ଅବସର ନେବା ପରେ ସିହ୍ନାଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା। ରିଷି କୁମାର ଶୁକ୍ଳା ଦୁଇ ବର୍ଷ ଧରି ଏହି ପଦରେ କାର୍ଯ୍ୟରତ ଥିଲେ।