ଭୁବନେଶ୍ୱ : ବାତ୍ୟା ‘ୟାସ୍’ରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକୁ ରାଜ୍ୟ ସରକାର ପଠାଇଲେ ଡାକ୍ତରୀ ଟିମ୍। ୨୮ ଜଣ ଡାକ୍ତରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବାତ୍ୟା ପରେ ଅର୍ଥାତ ୨୮ ତାରିଖରେ ଆଉ ୮ ଜଣ ପୋଷ୍ଟ ପିଜି ଡାକ୍ତର ଓ ୨୦ ଜଣ ଇଣ୍ଟର୍ନ ଡାକ୍ତର ଯିବେ। ବାତ୍ୟା ବେଳେ କୋଭିଡ୍ ସୁପରିଚାଳନା ପାଇଁ ଡାକ୍ତରମାନଙ୍କୁ ନିୟୋଜିତ କରାଯିବ।
୮ ଜଣ ପୋଷ୍ଟ ପିଜି ଡାକ୍ତରଙ୍କ ମଧ୍ୟରୁ ୪ ଜଣ ଲେଖାଏଁ ଭଦ୍ରକ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲାକୁ ଯ଼ିବେ । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥାପିତ କରାଯ଼ାଇଛି । ସେହିପରି ୨୦ ଜଣ ଇଣ୍ଟର୍ନ ଡାକ୍ତରମାନଙ୍କୁ ୧୦ ଜଣ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟ ୧୦ ଜଣଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଯ଼ାଇଛି ।
ସୂଚନାଯ଼ୋଗ୍ୟ ଯ଼େ, ୟାସ୍ ବାତ୍ୟା ଭଦ୍ରକ କିମ୍ବା ବାଲେଶ୍ବରରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଦୁଇଟି ଜିଲ୍ଲା ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଛନ୍ତି । ବାତ୍ୟା ସମୟରେ ଏହି ଦୁଇଟି ଜିଲ୍ଲାରେ ଯ଼େପରି କୋଭିଡ୍ ସ୍ଥିତି ନ ବିଗିଡ଼େ ସେଥିପାଇଁ ଏସବୁ ଡାକ୍ତରମାନଙ୍କୁ ପଠାଯ଼ାଇଛି ।