Odia News Portal

୨୬ରେ ବିରଳ ମହାଜାଗତିକ ଘଟଣା

ଭୁବନେଶ୍ୱର : ପୁଣି ଥରେ ଦେଖାଯିବ ସୁପରମୁନ୍ । ୨୦୨୧ ମସିହାର ଏହା ପ୍ରଥମ ଘଟଣା । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ବୈଶାଖ ପୂର୍ଣ୍ଣିମା ଅର୍ଥାତ୍ ୨୬ ତାରିଖରେ ହେବାକୁ ଯାଉଛି।  ୨୬ ତାରିଖରେ ଏକକାଳୀନ ସୁପରମୁନ୍, ଲାଲଜହ୍ନ ଓ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପଡୁଛି। ପୃଥିବୀର ଅନେକ ଦେଶରେ ଦୃଶ୍ୟମାନ ହେବ। ଚନ୍ଦ୍ର ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ।

ଏହା ମଧ୍ୟ ୨୦୨୧ ମସିହାର ଶେଷ ସୁପରମୁନ୍ ଦୃଶ୍ୟମାନ ହେବ।  ସଂଯୋଗ ବଶତଃ ସେହି ଦିନ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ସେହିଦିନ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାୟାରେ ଅପରାହ୍ଣ ୩ଟା ୧୪ ମିନିଟରେ ପ୍ରବେଶ କରିବ ଏବଂ ସଂଧ୍ୟା ୬ଟା ୨୨ରେ ଛାୟାରୁ ସଂପୂର୍ଣ୍ଣ ବାହାରିଯିବ। ଚନ୍ଦ୍ର ଛାୟା ଭିତରେ ଥିବା ବେଳେ ହିଁ ଗ୍ରହଣକୁ ଖାଲି ଆଖିରେ ଦେଖିହୁଏ। କିନ୍ତୁ ସେ ସମୟରେ ଭାରତ ତଥା ଓଡ଼ିଶାରେ ଦିନ ହୋଇଥିବ ଏବଂ ଏଠାରେ ଚନ୍ଦ୍ର ଦିଗବଳୟ ତଳେ ଥିବାରୁ ଚନ୍ଦ୍ରଗ୍ରହଣ ଦେଖିହେବନାହିଁ।