Odia News Portal

ଭର୍ଚୁଆଲ ବୈଠକରେ ବିଜେଡିର କୋଭିଡ୍‌ ସମୀକ୍ଷା

ଭୁବନେଶ୍ୱର: ଭର୍ଚୁଆଲ ବୈଠକ ମାଧ୍ୟମରେ ବିଜେଡିର କୋଭିଡ୍‌ ସମୀକ୍ଷା ।ରାଜ୍ୟରେ ଅକ୍ସିଜେନ ଓ ଆମ୍ବୁଲାନ୍ସ ବ୍ୟବସ୍ଥା କେତେ ସକ୍ରିୟ ଅଛି ସେନେଇ ଆଲୋଚନା ହୋଇଛି । ଏନେଇ ୮ରୁ ୧୦ ଦିନ ଭିତରେ ବିଧାୟକମାନେ ରିପୋର୍ଟ ଦେବେ ।ସେହିଭଳି କୋଭିଡ ସମୟରେ ବିଜେଡି ବିଧାୟକମାନେ କେତେ ସଚେତନ ଅଛନ୍ତି ଓ କେମିତି ନିଜ ନିର୍ବାଚନମଣ୍ଡଳୀକୁ ସଚେତନ କରୁଛନ୍ତି, ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ସେମାନଙ୍କ ସହ ସିଧାସଳଖ କଥା ହେବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଏହି ବୈଠକରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ମିଶ୍ର, ପ୍ରତାପ ଦେବ, ବ୍ୟୋମକେଶ ରାୟ ଓ ପ୍ରଣବ ବଲବନ୍ତରାୟ ଯୁବ ବିଜେଡି କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ।