ନୂଆଦିଲ୍ଲୀ : କୋଭିଡ-19 ପାଇଁ ଜରୁରି ପ୍ରତ୍ୟେକ ଔଷଧ ଯୋଗାଣକୁ ସରକାର ଅନୁଧ୍ୟାନ କରୁଛନ୍ତି ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଆଜି ସୂଚନା ଦେଇଛନ୍ତି। କୋଭିଡ-19 ଚିକିତ୍ସା ପାଇଁ ବ୍ୟବହୃତ ସମସ୍ତ ଔଷଧ ଉତ୍ପାଦନ ଓ ଆମଦାନୀ ବୃଦ୍ଧି କରାଯାଇ ବର୍ତ୍ତମାନ ଭାରତରେ ସେଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରାଯାଉଛି। ଯୋଗାଣ ଶୃଙ୍ଖଳ ପରିଚାଳନା, ଚାହିଦା ଆଧାରିତ ପରିଚାଳନା ଏବଂ ସୁଲଭତା ଆଦି ତ୍ରିସ୍ତରୀୟ ରଣନୀତି ଜରିଆରେ ଏହିସବୁ ଔଷଧର ଉପଲବ୍ଧତା ସମୀକ୍ଷା କରାଯାଉଛି।
ପ୍ରୋଟୋକଲ ଔଷଧ:
- ରେମଡିସିଭିର
- ଏନୋକ୍ସାପାରିନ
- ମିଥାଇଲପ୍ରେଡନିଜୋଲୋନ
- ଡେକ୍ସାମିଥାସୋନ
- ତୋସିଲିଜୁମାବ
- ଆଇଭରମେକ୍ଟିନ
ଅଣ-ପ୍ରୋଟୋକଲ ଔଷଧ
- ଫାଭିପିରାଭିର
- ଆମ୍ଫୋଟେରିସିନ
- ଆପିକ୍ସାବ୍ୟାନ
ଉତ୍ପାଦନ ବୃଦ୍ଧି କରିବା ଏବଂ ମେ 2021 ପାଇଁ ବର୍ତ୍ତମାନର ଷ୍ଟକ, କ୍ଷମତା, ଆନୁମାନିକ ଉତ୍ପାଦନ ଆଦି ସମ୍ପର୍କରେ ଉତ୍ପାଦନକାରୀଙ୍କ ସହିତ ସିଡିଏସିଓ ଏବଂ ଏନପିପିଏ ନିୟମିତ ସମନ୍ବୟ ସ୍ଥାପନ କରୁଛନ୍ତି।
- ରେମଡିସିଭିର :
- ରେମଡିସିଭିର ଉତ୍ପାଦନ କରୁଥିବା ପ୍ଲାଣ୍ଟଗୁଡ଼ିକର ସଂଖ୍ୟା 20ରୁ 60କୁ ବୃଦ୍ଧି କରାଯାଇଛି ଯାହାଫଳରେ ମାତ୍ର 25 ଦିନ ମଧ୍ୟରେ ତିନି ଗୁଣା ଅଧିକ ଔଷଧ ଉପଲବ୍ଧ ହୋଇପାରିଛି।
- ଏପ୍ରିଲ 21ରେ 10 ଲକ୍ଷ ଶିଶି ଉତ୍ପାଦିତ ହେଉଥିବା ବେଳେ ମେ 21ରେ ଏହାର 10 ଗୁଣା ଅଧିକ ଅର୍ଥାତ 1 କୋଟି ଶିଶି ଉତ୍ପାଦନ କରାଯାଉଛି।
- ତୋସିଲିଜୁମାବ ଇଞ୍ଜେକ୍ସନ :
- ସାଧାରଣ ଦିନଗୁଡ଼ିକ ଅପେକ୍ଷା 20 ଗୁଣା ଅଧିକ ଆମଦାନୀ କରାଯାଇ ଦେଶରେ ଏହାର ଉପଲବ୍ଧତା ବୃଦ୍ଧି କରାଯାଇଛି।
- ଡେକ୍ସାମିଥାସୋନ 0.5 ଏମଜି ଟାବ୍ଲେଟ:
- ଗୋଟିଏ ମାସ ମଧ୍ୟରେ ଉତ୍ପାଦନକୁ 6-8 ଗୁଣ ଅଧିକ ବୃଦ୍ଧି କରାଯାଇଛି।
- ଡେକ୍ସାମିଥାସୋନ ଇଞ୍ଜେକ୍ସନ ଉତ୍ପାଦନକୁ ପାଖାପାଖି 2 ଗୁଣା ବୃଦ୍ଧି କରାଯାଇଛି।
- ଏନୋକ୍ସାପାରିନ ଇଞ୍ଜେକ୍ସନ ଉତ୍ପାଦନ ଗୋଟିଏ ମାସ ମଧ୍ୟରେ 4 ଗୁଣା ଅଧିକ ହୋଇପାରିଛି।
- ମିଥାଇଲ ପ୍ରେଡନିସୋଲୋନ ଇଞ୍ଜେକ୍ସନ :
- ଉତ୍ପାଦନ ଗୋଟିଏ ମାସ ମଧ୍ୟରେ ତିନି ଗୁଣା ଅଧିକ ହୋଇଛି।
- ଆଇଭରମେକ୍ଟିନ 12 ଏମଜି ଟାବଲେଟ ଉତ୍ପାଦନ ଦେଶରେ ଗୋଟିଏ ମାସ ମଧ୍ୟରେ 5 ଗୁଣା ବୃଦ୍ଧି ପାଇଛି। ଏହାର ଉତ୍ପାଦନ ପରିମାଣ ଏପ୍ରିଲରେ 150 ଲକ୍ଷ ଥିବା ବେଳେ ମେ 2021ରେ 770 ଲକ୍ଷରେ ପହଞ୍ଚିଛି।
- ଫାଭିପିରାଭିର :
- ଏହା ଏକ ଅଣ ପ୍ରୋଟୋକଲ ଔଷଧ କିନ୍ତୁ ଏହା ଭାଇରସ ଲୋଡକୁ ହ୍ରାସ କରିବା ଲାଗି ବ୍ୟବହାର କରାଯାଇଥାଏ।
- ଗୋଟିଏ ମାସ ମଧ୍ୟରେ ଏହାର ଉତ୍ପାଦନ ଚାରି ଗୁଣ ଅଧିକ ବୃଦ୍ଧି ପାଇଛି। ଏପ୍ରିଲ 2021ରେ ଏହାର ଉତ୍ପାଦନ ପରିମାଣ 326.5 ଲକ୍ଷ ଥିବା ବେଳେ ମେ 2021ରେ ଏହା ବୃଦ୍ଧି ପାଇ 1644 ଲକ୍ଷରେ ପହଞ୍ଚିଛି।
ଆମ୍ଫୋଟେରିସିନ ବି ଇଞ୍ଜେକ୍ସନ :
- ଗୋଟିଏ ମାସରେ ଉତ୍ପାଦନ ତିନି ଗୁଣା ବୃଦ୍ଧି କରାଯାଇଛି।
- 3.80 ଲକ୍ଷ ଶିଶି ଉତ୍ପାଦନ ଏବଂ
- 3 ଲକ୍ଷ ଶିଶି ଆମଦାନୀ କରାଯାଇଛି।
- ଦେଶରେ ମୋଟ 6.80 ଲକ୍ଷ ଶିଶି ଉପଲବ୍ଧ ରହିଛି।